ପୁରୀ ବେଳାଭୂମି ସଫେଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଆଗକୁ ରାଜ୍ୟର ୪୮୦ କିଲୋମିଟର ବ୍ୟାପି ଥିବା ସମୁଦ୍ର ବେଳାଭୂମି ସଫେଇ କରାଯିବ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ପୁରୀ ବେଳାଭୂମି ଠାରେ ଅନୁÂିତ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସରେ ସେ ଏହି ବାର୍ତ୍ତା ଭିଡିଓ ମାଧ୍ୟମରେ ଦେଇଛନ୍ତି ।
ଏହି ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନର ବେଳାଭୂମି ସଫେଇକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ସେ ଆହୁରି କହିଥିଲେ, ପୁରୀ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଛନ୍ତି । ଏହାକୁ ଏକ ଗଣ ଅଭିଯାନରେ ପରିଣତ କରିଛନ୍ତି । ଜିଲ୍ଲାର ୧୦୦ ଜାଗାରେ ଆଜି କାର୍ଯ୍ୟକ୍ରମ ହୋଇଛି । ଆଶା କରୁଛି ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି ଜୋରଦାର୍ ହେବ । ପୁରୀ ସହିତ ରାଜ୍ୟର ୪୮୦ କିଲୋମିଟର ଉପକୂଳରେ ଏହି କାର୍ଯ୍ୟକ୍ରମ ଚାଲିବ । ସମୁଦ୍ର ସହ ଆମ ପରିବେଶ ଓ ପାଣିପାଗର ଗଭୀର ସମ୍ପର୍କ ରହିଛି । ସମୁଦ୍ର ହେଉଛି ମା’ ଲକ୍ଷ୍ମୀଙ୍କ ଘର । ଏହା ଆମର ବିଶ୍ୱାସ । ସମୁଦ୍ର ବେଳାଭୂମି ସଫା ରହିଲେ ଆମ ପରିବେଶ ସୁନ୍ଦର ରହିବ । ଅଧିକ ପର୍ଯ୍ୟଟକ ଆସିବେ । ଦେଶ ବିଦେଶରେ ସୁନାମ ବଢ଼ିବ । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇପାରିବା । ତେଣୁ ଶପଥ ନେଇ ଏହି ବେଳାଭୂମି ମୋର ଓ ଏହାକୁ ପରିଷ୍କାର ରଖିବା । କେବେବି ବେଳାଭୂମିକୁ ଅପରିଷ୍କାର କରିବା ନାହିଁ କି ହେବାକୁ ଦେବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ବ୍ୟାପ୍ତ ବେଳାଭୂମି ସଫେଇରେ ସରକାରୀ ଓ ବେସରକାରୀ ଅନୁÂାନରୁ ଦଶ ହଜାରରୁ ଅଧିକ ଲୋକ ଯୋଗଦେଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁରୀ ପାନ୍ଥନିବାସ ପଛପାଶ୍ୱର୍ରେ ଅନୁÂିତ ସଭାରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅଭିନେତା ବିଦୁ୍ୟତ୍ ଜାମୱାଲ, ଅଭିନେତ୍ରୀ ନନ୍ଦିତା ଦାସ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ଜିଲ୍ଲାପାଳ ବଲୱନ୍ତ ସିଂ, ପିଡି ବିଶାଲ ସିଂ, ଏସ୍ପି ଉମାଶଙ୍କର ଦାଶ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ପୁରୀ ସହର ତଥା ପୌରାଞ୍ଚଳର ୫ କିଲୋମଟର ବ୍ୟାପ୍ତ ବେଳାଭୂମିର ୧୭ ସ୍ଥାନରେ ଏକକାଳୀନ ସଫେଇ ଅଭିଯାନରେ ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିଲେ ।
ଜଙ୍ଗଲ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ବେପାର ବାଣିଜ୍ୟ ଓ ପର୍ଯ୍ୟଟନ ସହ ଜଡ଼ିତ ଆମ ବେଳାଭୂମି । ତେଣୁ ଏହାର ସୁରକ୍ଷା ଆମର ନୈତିକ କର୍ତ୍ତବ୍ୟ । ସମୁଦ୍ରର ପରିବେଶ ସୁରକ୍ଷା ନ କଲେ ଆମକୁ ଏହାର ପରିଣତି ଭାବେ ପ୍ରାକୃତିକ ଦୁର୍ବିପାକ ଭୋଗିବାକୁ ପଡ଼ିବ । ସଚିବ ଶ୍ରୀ ଦେବ କହିଥିଲେ, ଓଡ଼ିଶା ପର୍ଯ୍ୟଟନରେ ପ୍ରଥମ ନାମ ପୁରୀର ଆସୁଛି । ଏଠାକୁ ଆସୁଥିବା ବହିରାଗତ ଯାତ୍ରୀ ପ୍ରଥମେ ଶ୍ରୀମନ୍ଦିରରେ ଠାକୁର ଦର୍ଶନ ପରେ ବେଳାଭୂମି ଓ ମହୋଦଧିର ସାନ୍ନିଧ୍ୟ ଲାଭ ନିମନ୍ତେ ଚାଲି ଆସିଥାନ୍ତି । ତେଣୁ ବେଳାଭୂମି ଓ ମହୋଦଧି ସଫା ରହିଲେ ଯାତ୍ରୀ ଭଲ ଅନୁଭୂତି ନେଇ ଫେରିବେ । ପୁଣି ଏଠାକୁ ଆସିବେ । ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ଓ ବ୍ୟବସାୟ ବଢ଼ିବ । ଘର ଭଳି ଭାବି ବେଳାଭୂମି ଓ ରାସ୍ତାର ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ।
ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ବେଳାଭୂମି ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ଏହା ପୂରା ସହରବାସୀଙ୍କର ଦାୟିତ୍ୱ । ଏଠାରେ ଦୋକାନ କରି ପ୍ରତିଦିନ ୬ ହଜାର ଲୋକଙ୍କ ପରିବାର ଚଳନ୍ତି । ତେଣୁ ସମସ୍ତେ ମିଶି ଏହାର ସୁରକ୍ଷା କରିବା । ଅଭିନେତା ଶ୍ରୀ ଜାମୱାଲ କହିଥିଲେ, ବେଳାଭୂମିରେ ତାଙ୍କର ଅଧା ଜୀବନ କଟିଛି । ଏଠାରେ ହିଁ ଜୀବନର ସମସ୍ତ କୌଶଳ ଶିକ୍ଷା କରିଛନ୍ତି । ଯେଉଁମାନେ ଏହି ବେଳାଭୂମିକୁ ନେଇ ଜୀବନଧାରଣ କରନ୍ତି ସେମାନେ ଏହା ଭଲଭାବେ ଜାଣିଥିବେ । ତେଣୁ ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ । ଅଭିନେତ୍ରୀ ନନ୍ଦିତା ଦାସ କହିଥିଲେ ଆମ ପୂର୍ବପିଢ଼ି ଖଲି ଓ ପତର ବ୍ୟବହାର କରି ପର୍ଯ୍ୟାବରଣ ସୁରକ୍ଷା ରଖୁଥିଲେ । ତେଣୁ ଆମେ ମଧ୍ୟ ତାଙ୍କ ଭଳି ପରିବେଶକୁ ନିଜ ଘର ଭାବି ଏହାର ସୁରକ୍ଷା କରିବା ।
ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ, ବାତ୍ୟା ଫୋନି ଜିଲ୍ଲାରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ତଥାପି ଲୋକେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଆର୍ଥିକ କ୍ଷତିରୁ ବାହାରକୁ ଆସିବା ନିମନ୍ତେ ଅହରହ ସଂଗ୍ରାମ କରିଛନ୍ତି । ପ୍ରଶାସନକୁ ସହଯୋଗ କରିଛନ୍ତି । ପ୍ଲାଷ୍ଟିକ୍ ଆବର୍ଜନା ସମୁଦ୍ରରେ ମିଶିବା ଦ୍ୱାରା ଏହା ପ୍ରାକୃତିକ ବିପର୍ଯ୍ୟୟ ଡାକି ଆଣୁଛି । ତେଣୁ ଜଗନ୍ନାଥ ଧାମ୍ରୁ ଏହି ବିପର୍ଯ୍ୟୟକୁ ରୋକିବା ନିମନ୍ତେ ଆନେ୍ଦାଳନ ଆରମ୍ଭ ହୋଇଛି । ପୁରୀରେ ବ୍ଲୁ ଫ୍ଲାଗ ବିଚ୍ କାମ ଆରମ୍ଭ ହୋଇଯାଇଛି । ସହର ଉନ୍ନତିକରଣ ସାଙ୍ଗକୁ ପୁରୀର ପ୍ରତି ଘରୁ ଆବର୍ଜନା ସଂଗ୍ରହ କାର୍ଯ୍ୟକ୍ରମ ଖୁବ୍ଶୀଘ୍ର ଆରମ୍ଭ ହେବ । ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ଜିନିଷକୁ ପରିହାର କରିବାକୁ ସମସ୍ତେ ଶପଥ ନେବା ଉଚିତ । ବାଙ୍କି ମୁହାଣ ସହ ସହରର ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ନିମନ୍ତେ ନୂଆ ପ୍ରକଳ୍ପ ହାତକୁ ନିଆଯାଉଥିବା ଜିଲ୍ଲାପାଳ କହିଥିଲେ ।
ଷÂ ଶ୍ରେଶୀର ଛାତ୍ରୀ ପିଆଲି ପ୍ରିୟଦର୍ଶନୀ ‘ମୋ ବେଳାଭୂମି’ ସୁରକ୍ଷା ନେଇ ଉପସ୍ଥିତ ସମସ୍ତ ଲୋକଙ୍କୁ ଶପଥପାଠ କରାଇଥିଲେ । ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଳାଭୂମିରେ ଦସ୍ତଖତ ଅଭିଯାନ ପରେ ସଫେଇ ଆରମ୍ଭ ହୋଇଥିଲା । ସକାଳ ୬ରୁ ଦୁଇଘଣ୍ଟା ବ୍ୟାପୀ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମକୁ ଅଭିନେତା କୁନା ତ୍ରିପାଠୀ ଓ ସୁଲଗ୍ନା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons