ନୁ୍ୟୟର୍କ: କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ପୁରୁଷ ରୋଗୀମାନଙ୍କୁ ମହିଳାମାନଙ୍କ ଦେହରେ ଥିବା ହରମୋନ ଦେଇ ସେମାନଙ୍କୁ ସୁସ୍ଥ କରାଯାଇପାରିବ ବୋଲି ଆମେରିକାର କେତେକ ଗବେଷକ ମତ ଦେଇଛନ୍ତି । ସେମାନଙ୍କ କହିବାନୁଯାୟୀ, କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ଏହା ଲକ୍ଷ୍ୟ କରାଯାଇଛି କି ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି ଏବଂ ମୃତୁ୍ୟବରଣ କରୁଛନ୍ତି । ଚୀନ୍ରେ ଏକ ଅଧ୍ୟୟନରୁ ଜଣାପଡିଛି କି କରୋନା ଦ୍ୱାରା ଆକ୍ରାନ୍ତ ମହିଳାଙ୍କ ତୁଳନାରେ ପୁରୁଷ ରୋଗୀଙ୍କ ମୃତୁ୍ୟହାର ୬୫% ଅଧିକ । ଇଟାଲୀର ଗବେଷକମାନେ ପ୍ରକାଶ କରିଛନ୍ତି ଯେ କରୋନା ଦ୍ୱାରା ଦେଶରେ ମୃତୁ୍ୟବରଣ କରିଥିବା ରୋଗୀଙ୍କ ଭିତରୁ ୭୦% ହେଉଛନ୍ତି ପୁରୁଷ । ତେଣୁ ଗବେଷକମାନେ ଜାଣିବାକୁ ପ୍ରୟାସ କରୁଥିଲେ କି କେଉ କାରଣ ପାଇଁ ମହିଳାମାନେ କରୋନା ଦ୍ୱାରା କମ୍ ସଂକ୍ରମିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ଏତେ ଗୁରୁତର ହେଉନାହିଁ । ସେମାନେ ମନେ କରୁଛନ୍ତି ଯେ ଏଥିପାଇଁ ବୋଧହୁଏ ମହିଳାମାନଙ୍କ ଦେହରେ ଥିବା ଦୁଇଟି ହରମୋନ – ଇଷ୍ଟେ୍ରାଜେନ୍ ଏବଂ ପ୍ରୋଜେଷ୍ଟିରୋନ୍ ଦାୟୀ । ଏହି ଦୁଇଟି ହରମୋନ୍ ଯୋଗୁ ସେମାନଙ୍କ ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଯାଉଛି । ତେଣୁ ସେମାନେ ଚିନ୍ତା କରୁଛନ୍ତି କି ଯଦି ପୁରୁଷ କରୋନା ରୋଗୀଙ୍କ ଦେହରେ ଏହି ଦୁଇଟି ହରମୋନ ଭିତରୁ ଗୋଟିଏ ଦିଆଯାଏ, ତାହାହଲେ ତାଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଇପାରେ ଏବଂ ସେ ସୁସ୍ଥ ହୋଇଯାଇ ପାରନ୍ତି । ଏମିତିକି ତାଙ୍କ ଅବସ୍ଥା ଏତେ ଗୁରୁତର ହୋଇନପାରେ । ନୁ୍ୟୟର୍କ ସ୍ଥିତ ଷ୍ଟୋନି ବ୍ରୁକ୍ ୟୁନିଭରସିଟି ଏବଂ କାଲିଫଣ୍ଣ ିର୍ଆ ସ୍ଥିତ ସେଡାରସ-ସିନାଇ ଏବେ ପୃଥକ୍ ପୃଥକ୍ ଭାବେ ଏହି ପ୍ରୟୋଗ କରିବାକୁ ଯାଉଛନ୍ତି । ସେମାନେ କିଛି କିଛି ପୁରୁଷ ରୋଗୀଙ୍କ ଦେହରେ ମହିଳାଙ୍କ ହରମୋନ ଦେଇ ସେମାନଙ୍କୁ ସୁସ୍ଥ କରିବାକୁ ପ୍ରୟାସ କରିବେ ବୋଲି ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.