ପୁଲିସ୍ ଇନ୍ଫର୍ମର ସନେ୍ଦହରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ

Get real time updates directly on you device, subscribe now.

ରାଉରକେଲା,(ବିବି.ନୁ୍ୟଜ୍): କରୋନାକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ନକ୍ସଲମାନେ ସେମାନଙ୍କ ତାଣ୍ଡବ ଲୀଳା ରଚିଛନ୍ତି । ପୁଲିସ୍ ସନେ୍ଦହରେ ଜଣେ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତିରେ ଘରୁ ଡାକି ଆଣି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଘଟିଛି ଝାଡଖଣ୍ଡ ଗୋଏଲକେରା ଥାନା ଅନ୍ତର୍ଗତ କୁଇଡା ଗ୍ରାମରେ । ଏହି ଗ୍ରାମରେ ରହିଛି ଆଇଆରବି କ୍ୟାମ୍ପ୍ । ଏହି କ୍ୟାମ୍ପ୍ରେ ରହୁଥିବା ଯବାନମାନଙ୍କ ପାଇଁ ସେହି ଗ୍ରାମର ଯୁବକ କିଶୋର ଗୋପ୍ ଖାସି ଓ କୁକୁଡା ମାଂସ ଯୋଗାଇ ଆସୁଥିଲେ । ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ କିଶୋରଙ୍କ ଘରକୁ ଆସି ତାଙ୍କୁ ବାହାରକୁ ଟାଣି ନେଇଥିଲେ । ପୁଲିସ୍ ଇନଫର୍ମର ସନେ୍ଦହରେ ଗୁଳି କରି ହତ୍ୟା କରିଥିଲେ । କିଶୋରଙ୍କ ଶରୀରରେ ୩ଟି ଗୁଳି ବାଜିଛି । ମୃତ ଦେହ ନିକଟରେ ନକ୍ସଲମାନେ ପୋଷ୍ଟର ଛାଡ଼ି ଥିବା ବେଳେ କୁଇଡା ବନ ବିଭାଗ କାର୍ଯ୍ୟାଳୟ ପରିସରରେ ପୋଷ୍ଟର ଲଗାଇଛନ୍ତି । ଏହି ଘଟଣା ପରେ ଆଜି ଗୋଏଲକେରା ପୁଲିସ୍ ସେଠାରେ ପହଞ୍ଚି ମୃତ ଦେହ ଜବତ କରିଥିବା ବେଳେ ଯବାନମାନଙ୍କ ପକ୍ଷରୁ ନକ୍ସଲ ଦମନ ଲାଗି ଅପରେସନ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons