ପୁଲିସ୍ ପିସିଆର୍ରେ ପ୍ରବାସୀଙ୍କ ପ୍ରସବ

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଭୟ ସାଙ୍ଗକୁ ଲକ୍ଡାଉନ୍ ଦୁଃଖ । ପ୍ରବାସୀ ଶ୍ରମିକମାନେ ଅତିÂ । ବାହାରେ ଫସି ରହି ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ କହିଲେ ନ ସରେ । ଆଜି ଶ୍ରମିକ ଏrପ୍ରେସ୍ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳା ପ୍ରବାସୀ ଶ୍ରମିକ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା । ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ଯୋଗୁଁ ତାଙ୍କୁ ପୁଲିସ୍ ପିସିଆର୍ ଭ୍ୟାନ୍ରେ ଜିଲ୍ଲା ସଦର ଡାକ୍ତରଖାନା ନେବା ବାଟରେ ସେ ସନ୍ତାନ ପ୍ରସବ କରିଥିଲେ । ମା’ଓ ଶିଶୁ ଡାକ୍ତରଖାନାରେ ସୁସ୍ଥ ଥିବା ବେଳେ ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାରେ ପୁଲିସ୍ର ତତ୍ପରତା ଏବଂ ଖାସକରି ଇନ୍ସ୍ପେକ୍ଟର୍ ସାବିତ୍ରୀ ବଳଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି ଘଟଣାକୁ ନେଇ ପୁଲିସ୍ ମହାନିଦେ୍ର୍ଧଶକ ମଧ୍ୟ ଟ୍ୱିଟ୍ କରିଛନ୍ତି ।
ରବିବାର ଅପରାହ୍ନ ପ୍ରାୟ ୨ଟା ୨୦ ମିନିଟ ସମୟର ଘଟଣା । ସିକନ୍ଦରାବାଦରୁ ଦାନାପୁର (ବିହାର) ଅଭିମୁଖେ ଯାତ୍ରା କରୁଥବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ପାୟଲ କୁମାରୀ (୨୫) ନାମ୍ନୀ ଜଣେ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ । ବିହାର ରାଜ୍ୟ କୈମୁରଭବୁଅାଁ ଜିଲ୍ଲା ଅନ୍ତର୍ଗତ ଦୁର୍ଗାବତୀ ଥାନା କ୍ରିଷ୍ଣାପୁରର ବାଳକ୍ରିଷ୍ଣ ପ୍ରସାଦଙ୍କ ପତ୍ନୀ ପାୟଲଙ୍କୁ ଟ୍ରେନ୍ରେ ପ୍ରସବ ବେଦନା ହୋଇଥିଲା । ଉକ୍ତ ଟ୍ରେନ୍ର ଝାରସୁଗୁଡ଼ାରେ କିଛି ସମୟ ଲାଗି ରହଣି ଥିଲା । ଟ୍ରେନ୍ଟି ଅଟକିବା ପରେ ପାୟଲଙ୍କୁ ସହଯାତ୍ରୀମାନେ ଓହ୍ଲାଇବା ପରେ ଷ୍ଟେସନ୍ରେ ଉପସ୍ଥିତ ଥିବା ପୁଲିସ୍ ଏନେଇ ଜାଣି ପାରି ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡକାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହେବା ଏବଂ ପାୟଲଙ୍କ ପ୍ରସବ ବେଦନା ବଢ଼ି ଚାଲିବାରୁ ଥାନା ଅଧିକାରୀ ସାବିତ୍ରୀ ବଳ ଏବଂ ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ଗୋଲକ ବିହାରୀ ମଙ୍ଗରାଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମହିଳାଙ୍କୁ ସାଙ୍ଗେ ସାଙ୍ଗେ ପୁଲିସ୍ ଭ୍ୟାନରେ ଜିଲ୍ଲା ସଦର ଡାକ୍ତରଖାନା ନେଇଥିଲେ । ମାତ୍ର ଷ୍ଟେସନ ଠାରୁ ତିନି ଶହ ମିଟର ଯିବା ପରେ ହୋଟେଲ ମେଘଦୂତ ନିକଟରେ ପାୟଲ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଜିଲ୍ଲା ସଦର ଡାକ୍ତରଖାନାରେ ପହଞ୍ଚାଇବା ପରେ ଡାକ୍ତର ଏବଂ ଷ୍ଟାଫ୍ ତତ୍ପରତାର ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମା’ ଏବଂ ଶିଶୁ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁଲିସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons