ପୁରୀ,(ବି.ବି.ନୁ୍ୟଜ୍): ପୁରୀ ନାବାଳିକା ଗଣବଳାକ୍ରାର ମାମଲାରେ ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ । ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ । ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଅତି ଶୀଘ୍ର ଗିରଫ କରାଯିବ । ଅଧିକ ତଦନ୍ତ ଓ ପ୍ରମାଣ ସଂଗ୍ରହ ନିମନ୍ତେ ପୁରୀ ଏସ୍ପିଙ୍କ ନେତୃତ୍ୱରେ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ପୁରୀ ଏସ୍ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ବଳାକ୍ରାର କରିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବାହାରେ ଥିବା ଆଉ ଦୁଇଜଣଙ୍କୁ ଅତିଶୀଘ୍ର ଗିରଫ କରାଯିବ । ସମ୍ପୃକ୍ତ କ୍ୱାର୍ଟର୍ସରେ ପୁଲିସ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ଭିନ୍ କରିଛି । ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି । ସନେ୍ଦହରେ ଏକାଧିକଙ୍କୁ ଉଠାଇ ନେଇ ପଚରାଉଚରା କରାଯାଇଥିଲା । ପୀଡିତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ।
ପୁଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ବଳାକ୍ରାର କରିଥିବା ବହିଷ୍କୃତ କନେଷ୍ଟବଳ ସଦର ଥାନା ଅଧୀନ ଆରିଡା ଗ୍ରାମର ଜିତେନ୍ଦ୍ର କୁମାର ସେଠୀ (୪୫) ଓ ତାର ସମ୍ପର୍କୀୟ ସେହି ଗ୍ରାମର ରାଜା ଓରଫ ରାଜେଶ କୁମାର ସେଠୀ (୨୫)ଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଆଉ ୨ ଜଣଙ୍କୁ ପଚରାଉଚରା ଜାରିରହିଛି ।
ଏ ସମ୍ପର୍କରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ କୁମ୍ଭାରପଡ଼ା ଥାନା ପୁଲିସ ଗଣବଳାକ୍ରାର ମାମଲା ରୁଜୁ କରିଛି । ଦଫା ୩୬୩ (ବାଳ ଅପହରଣ ପାଇଁ ଦଣ୍ଡ), ୩୭୬ ଘ ଓ କ (ଗଣବଳାକ୍ରାର ଓ ମୃତୁ୍ୟ ଘଟାଇବା କିମ୍ବା ପରିଣାମ ସ୍ୱରୂପ ପୀଡିତାଙ୍କୁ ସମ୍ବେଦନହୀନ ଅବସ୍ଥାକୁ ଟାଣିନେବା ନିମନ୍ତେ ଦଣ୍ଡ), ୩୯୪ (ଲୁଟ୍ ସମୟରେ ସ୍ୱଇଚ୍ଛାରେ ଆଘାତ ପ୍ରଦାନ କରିବା ପାଇଁ ଦଣ୍ଡ) ଓ ୬ ପୋକ୍ସୋ ଆକ୍ଟ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ୍) ବଳରେ ମାମଲା (୩୦୮/୧୯) ରୁଜୁ ହୋଇଛି । ନାବାଳିକାଙ୍କ ବୟାନ୍ ରେକର୍ଡ କରିବା ସହ ତାଙ୍କ ବାପା ଓ ମା’ଙ୍କୁ ମଧ୍ୟ ୨ ଦିନ ଧରି ପଚରାଉଚରା କରୁଛି ପୁଲିସ । ପୁଲିସ କଲୋନିର ପି-୧୦୫ ନମ୍ବର କ୍ୱାର୍ଟର୍ସକୁ (ଯେଉଁଠି ବଳାକ୍ରାର ହୋଇଥିଲା) ସିଲ୍ କରିଛି ପୁଲିସ । କ୍ୱାର୍ଟର୍ସକୁ ଥିବା ଦୁଇ ପାଶ୍ୱର୍ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି । ଏସବୁ ଦଫା ପ୍ରମାଣିତ ହେଲେ ମୃତୁ୍ୟଦଣ୍ଡ ମିଳିବାର ସମ୍ଭାବନା ରହିଛି ।
ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ଏକ ବାଇକ ଓ ଏକ ମୋପେଡ ଜବତ କରାଯାଇଛି । ବାଇକ (ଓଡି-୧୩ଜେ-୯୨୪୪)ଟି ଜିତେନ୍ଦ୍ର ନାମରେ ଥିବା ଓ ଏହାର ବୀମା ଅବଧି ଗତ ଅଗଷ୍ଟ ୧୬ ତାରିଖରୁ ଶେଷ ହୋଇଯାଇଛି । ଅଭିଯୁକ୍ତ ଦୁହେଁ ଆଉ ୨ଜଣଙ୍କ ସହ ମିଶି ଏହି ନାବାଳିକାଙ୍କୁ ନିମାପଡାରୁ ଆଣି ପୁରୀରେ ଝାଡେ଼ଶ୍ୱରୀ ମନ୍ଦିର ନିକଟ ପୁଲିସ କଲୋନୀର କ୍ୱାର୍ଟର୍ସରେ ଗଣବଳାକ୍ରାର କରିଥିବା ନେଇ ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ନାବାଳିକା ଆସିଲେ ଓ ଗଣବଳାକ୍ରାରର ଶିକାର ହେଲେ ସେଥିନେଇ ପୁଲିସ ତଦନ୍ତ ଜାରି ରଖିଛି ।
ନାବାଳିକାଙ୍କୁ ନିମାପଡ଼ାରୁ ପିପିଲି ଦେଇ ପୁରୀ ଆଣିଥିଲେ ଅଭିଯୁକ୍ତ ବୋଲି ପୁଲିସ କହୁଛି । ଜିତେନ୍ଦ୍ରର ପତ୍ନୀ ମଧ୍ୟ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ତାଙ୍କୁ ପୁଲିସ କଲୋନିରେ ଏକ କ୍ୱାର୍ଟର୍ସ ମିଳିଛି । ଏହି କ୍ୱାର୍ଟର୍ସରେ ତାଙ୍କର ଗୋଟିଏ ଛୋଟ ପୁଅ ରହୁଛି । ପତ୍ନୀ ଡୁ୍ୟଟିରେ ଥିବାବେଳେ ନାବାଳିକାଙ୍କୁ ଧରି କ୍ୱାର୍ଟର୍ସରେ ପହଞ୍ଚିଥିଲା ଜିତେନ୍ଦ୍ର । ପୁଅକୁ ଅନ୍ୟ ଏକ କୋଠରିରେ ବନ୍ଦ କରିଥିଲା । ପରେ ସାଥୀମାନଙ୍କ ସହ ମଦ୍ୟପାନ କରି ବଳାକ୍ରାର କରିଥିବା ପୁଲିସ କହୁଛି । ବଳାକ୍ରାର ସମୟରେ ଭିଡିଓ ରେକର୍ଡିଂ କରିଥିଲେ ପୀଡିତା । ଏହି ଭିଡିଓକୁ ଜବତ କରିଛି ପୁଲିସ ।
ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ପୀଡ଼ିତାଙ୍କୁ ଭେଟିଛନ୍ତି । ପୀଡ଼ିତାଙ୍କ ବୟସ ଅନୁସାରେ ତାଙ୍କୁ ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ । ସହରର ଏକ ଶିଶୁଯତ୍ନ ଅନୁÂାନରେ ପୀଡିତାଙ୍କୁ ରଖାଯାଇ ତାଙ୍କ ଭବିଷ୍ୟତ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ପୂର୍ବରୁ ଏକାଧିକ ମାମଲାରେ ଜଡିତ ରହିଛି ଅଭିଯୁକ୍ତ କନେଷ୍ଟବଳ ଜିତେନ୍ଦ୍ର । ଏଥିପାଇଁ ଜେଲ୍ୟାଇଥିବା ସହ ପୂର୍ବରୁ ତାକୁ କାର୍ଯ୍ୟରୁ ବହଷ୍କୃତ କରାଯାଇଥିଲା । ନିୟମ ଅନୁଯାୟୀ ବହିଷ୍କାର ହେବା ପରେ ପୁଲିସ ପରିଚୟପତ୍ର ଆଉ ବ୍ୟବହାର କରିବା କଥା ନୁହେଁ । ହେଲେ ସେ ଏହି ପରିଚୟପତ୍ର ବ୍ୟବହାର କରୁଥିଲା । ପରିଚୟ ପତ୍ର ଦେଖାଇ ପୀଡିତାଙ୍କୁ ପୁଲିସ ବୋଲି ବିଶ୍ୱାସ ଜନ୍ମାଇ ବଳାକ୍ରାର କଲା । ତେଣୁ ଏହି ପରିଚୟ ପତ୍ର ବ୍ୟବହାର କରିବା ଏକ ଅପରାଧ ବୋଲି କହିଛନ୍ତି ଡିଆଇଜି ଶ୍ରୀ ସିଂହ । ତେଣୁ ଏନେଇ ପୁଲିସ ପକ୍ଷରୁ କୁମ୍ଭାରପଡା ଥାନାରେ ଦଫା ୪୨୦ ଆଇପିସିରେ ଆଉ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଜିତେନ୍ଦ୍ରକୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ଡିଆଇଜି । ପୀଡ଼ିତା ଅଭିଯୋଗ କରିଥିଲେ ଯେ, ନାଲି କାର୍ରେ ତାଙ୍କୁ ନିମାପଡାରୁ ଆଣିଥିଲେ ଦୁର୍ବୃତ୍ତ । ହେଲେ ଏବେ ନାଲି କାର୍ ସମ୍ପର୍କରେ ପୁଲିସ କିଛି ତଥ୍ୟ ପ୍ରଦାନ କରି ନାହିଁ । ମାମଲାରେ ଗୋଟିଏ ବାଇକ୍ ଓ ଏକ ମୋପେଡ ଜବତ କରାଯାଇଛି । ତେବେ ଜବତ ଦୁଇଟି ଗାଡି ଓ ନାଲି କାର୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି । ଏନେଇ ଡିଆଇଜି କହିଲେ ଯେ, ଅପରାଧୀ କଠୋର ଦଣ୍ଡ ଓ ପୀଡିତାଙ୍କୁ ନ୍ୟାୟ ମିଳିବା କ୍ଷେତ୍ରରେ ଅନେକ ତଥ୍ୟ ଗୋପନ ରଖିବାକୁ ପଡୁଛି । ତେଣୁ ତେଣୁ ଏ କ୍ଷେତ୍ରରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.