ପୁଲିସ ତାଗିଦକୁ ଖାତିର ନାହିଁ, ଭିଡ଼ ଜମାଇ ବେପାର କଲେ

Get real time updates directly on you device, subscribe now.

ନିମବାହାଳି,(ବି.ବି.ନୁ୍ୟଜ): ବାଲିମୀ ଥାନା ଅନ୍ତର୍ଗତ ନିମବାହାଳି ଗ୍ରାମରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ହେଲେ ତଥାପି ଅମାନିଆମାନେ ଚେତୁ ନାହାଁନ୍ତି । ଗ୍ରାମ ଅଞ୍ଚଳରେ ବାହାର ଅଞ୍ଚଳର ପନିପରିବା ବେପାରୀ ଭିଡ଼ ଜମାଇ ବେପାର କରୁଛନ୍ତି । ସାମାଜିକ ଦୂରତ୍ୱ କହିଲେ କିଛି ନାହିଁ । ଲୋକମାନେ ମଧ୍ୟ ଭିଡ଼ ଜମାଇ ପନିପରିବା କିଣୁଛନ୍ତି । ପୁଲିସର ତାଗିଦ୍କୁ ଖାତିର କରୁନାହାଁନ୍ତି । ପୁଲିସ୍ର ଢିଲାପଣ ଯୋଗୁଁ ଅମାନିଆ ଦିନକୁ ଦିନ ବେଶି ଉଶୃଙ୍ଖଳିତ ହୋଇପଡୁଥିବା ଦେଖାଯାଉଛି ।
ପ୍ରକାଶଯେ, ନିମବାହାଳି ଗ୍ରାମରୁ ଜଣେ ସଂକ୍ରମିତ ମହିଳାଙ୍କ ମୃତୁ୍ୟ ହେବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ମୃତକଙ୍କ ପରିବାର ମିଳାମିଶା କରିଥିବାରୁ କରୋନା ପରୀକ୍ଷଣ ଶିବିର କରିବାକୁ ଦାବି କରିଥିଲେ । ମଙ୍ଗଳବାର ହୋଇଥିବା କରୋନା ପରୀକ୍ଷଣ ଶିବିରରେ ଗ୍ରାମରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପୂର୍ବରୁ ମଧ୍ୟ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତମାନେ ଗୃହ ସଙ୍ଗରୋଧରେ ରହିଛନ୍ତି । ଗୋଟିଏ ପଟେ ଗ୍ରାମରେ ସଂକ୍ରମଣ ବଢୁଥିବାରୁ ଏହାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ ବ୍ଲକ୍ ପ୍ରଶାସନ ଆସି ସୀମା ନିଦ୍ଧାରଣ ମଧ୍ୟ କରିଛି । ଅନ୍ୟ ପଟେ ଆଜି ବୁଧବାର ସପ୍ତାହିକ ହାଟ ଓ ଏହାର ଆଖପାଖ ଅଞ୍ଚଳରେ ପସରା ମେଲାଇବାକୁ ବେପାରୀଙ୍କୁ ପୁଲିସ ତାଗିଦ୍ କରିଥିଲା । ପନିପରିବା ବେପାରୀମାନେ ନିମବାହାଳି ଗ୍ରାମ ଅଞ୍ଚଳକୁ ସୁରକ୍ଷିତ ଭାବି ନେଇ ସେଠାରେ ନିଜର ପସରା ମେଲାଇ ବେପାର କରିଥିଲେ । ଅଞ୍ଚଳବାସୀ ଭିଡ଼ ଜମାଇ ପନିପରିବା ମଧ୍ୟ କିଣିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ବାଲିମୀ ଥାନାକୁ ଖବର ଦେବା ପରେ ପୁଲିସ ପହଞ୍ଚô କେବଳ ତାଗିଦ୍ କରି ଦେଇ ଚାଲି ଯାଇଥିଲା । ପୁଲିସ ଯିବା ପରେ ପୁଣି ପୂର୍ବପରି ଭିଡ଼ ଲାଗି ରହିଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଡ଼ ହେବା ଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ପୁଲିସ ବେପାରୀଙ୍କୁ ସେଠାରୁ ଘଉଡ଼ାଇବା ଓ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିବା ପରିବର୍ତ୍ତେ କେବଳ ତାଗିଦ୍ କରି ଦେଇ ଯାଉଥିବାରୁ ଲୋକମାନେ ଏହାକୁ ଭ୍ରୁକ୍ଷେପ କରୁନଥିବା ଦେଖାଯାଉଛି । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons