ପୁଲିସ-ପୂଜା କମିଟି ସମନ୍ୱୟ ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ଗାପୂଜା ଆସନ୍ନ । ଚଳଚଞ୍ଚଳ ହୋଇ ଉଠିଲାଣି ରାଜଧାନୀ ଓ ଏହାର ଉପକଣ୍ଠ । ପ୍ରାୟ ସବୁ ପୂଜା ମଣ୍ଡପରେ ତୋରଣ କାମ ଆଗେଇଲାଣି । ସହରରେ ଶାନ୍ତିଶୃଙ୍ଖଳାର ସହ ପୂଜା କିପରି ସମାପ୍ତ ହେବ ଏନେଇ ମଙ୍ଗଳବାର କମିଶନ୍ରେଟ୍ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁÂିତ ହୋଇଯାଇଛି । କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ୧୭୨ ଟି ପୂଜା କମିଟିର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସର୍ବସମ୍ମତ୍ତିକ୍ରମେ ନିଷ୍ପତ୍ତି ହୋଇଛି, ଚଳିତବର୍ଷ ଦୁର୍ଗାପୂଜାରେ ଡିଜେ ବାଦ୍ୟଯନ୍ତ୍ରକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ । ମେଲୋଡି ଓ ଭସାଣି ସମୟରେ ପୂଜା କମିଟି ମାତ୍ର ୪ଟି ସାଉଣ୍ଡ ବକ୍ସ ଓ ୪ଟି କାହାଳୀ ବଜାଇ ପାରିବେ । ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଗୁରୁତ୍ୱ ଦେବେ । ଏଥିରେ ଖିଲାପ କରିଥିବା ମଣ୍ଡପ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ବୋଲି କମିଶନର ଡ. ଷଡଙ୍ଗୀ କହିଛନ୍ତି ।
ଏହି ବୈଠକରେ ପୁଲିସ କମିଶନରଙ୍କ ସମେତ ୩ ଜଣ ବିଧାୟକ, ମନ୍ତ୍ରୀ, ଜିଲ୍ଳାପାଳ ଏବଂ ବିଭିନ୍ନ ପୂଜା କମିଟିର ସଦସ୍ୟ ଓ ବହୁ ବରିÂ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ପୂଜା କମିଟିର ସଦସ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଓ ଏହାର ସମାଧାନ ପ୍ରସଙ୍ଗ ଉଠାଇଥିଲେ । ବିଶେଷତଃ ଟ୍ରାଫିକ୍ ସମସ୍ୟା ଓ ଭକ୍ତଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ସେପଟେ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏବେ ଚାରିଆଡେ଼ ରାସ୍ତା ଖୋଳା ଯାଉଥିବାରୁ ପୂଜାବେଳେ ଟ୍ରାଫିକ୍ ସମସ୍ୟା ମୁଣ୍ଡବ୍ୟଥା ଦେବ ବୋଲି ଏହି ବୈଠକରେ ଆଶଙ୍କା ପ୍ରକାଶ ପାଇଥିଲା । ଏହାର ନିରାକରଣ ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ ହେଉଥିବା ପୁଲିସ କମିଶନର ଜଣାଇଛନ୍ତି ।
ପୁଲିସ କମିଶନର ଡ.ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବିଭିନ୍ନ ପୂଜା ମଣ୍ଡପକୁ ସିସିଟିଭି ଲଗାଇବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ବିଶେଷକରି ପୂଜା କମିଟି ଗୁଡ଼ିକ ନିଜ ତରଫରୁ ଭଲୁ୍ୟଣ୍ଟର (ସ୍ୱେଚ୍ଛାସେବୀ) ରଖିବେ । ଏହି ଭଲୁ୍ୟଣ୍ଟର ମଧ୍ୟରେ କିଛି ମହିଳାଙ୍କୁ ସାମିଲ କରିବାକୁ ମଧ୍ୟ କୁହାଯାଇଛି । ବର୍ତ୍ତମାନ ‘ଏ’ ବିଭାଗରେ ୫୫ ଟି, ‘ବି’ ବିଭାଗରେ ୬୨ ଓ ‘ସି’ ବିଭାଗରେ ୫୫ଟି ମେଢ଼ ଲାଗି ପୁଲିସ୍ ପାଖରେ ଆବେଦନ ହୋଇଛି ।
ସେହିଭଳି ପୂଜା ମଣ୍ଡପର ପ୍ରବେଶ ପଥ ଓ ପ୍ରସ୍ଥାନ ପଥକୁ ଅଧିକ ଚଉଡ଼ା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ରାବଣ ପୋଡ଼ି ଓ ଭସାଣି ବେଳେ ଅଘଟଣ ନ ଘଟିବା ଦିଗରେ ଦୃଷ୍ଟି ଦିଆଯିବ । ଏହାଛଡ଼ା ବେଆଇନ୍ ମଦ କାରବାର, ରାସ୍ତାଘାଟରେ ରୁଣ୍ଡ ହୋଇ ଆଖଡ଼ା କରୁଥିବା ଅସାମାଜିକ ଯୁବକଙ୍କ ସମେତ ୱାରେଣ୍ଟିମାନଙ୍କୁ ଟାର୍ଗେଟ କରାଯାଇଛି । ଏନେଇ ଅପରେସନ ମଧ୍ୟ ଆରମ୍ଭ ହୋଇଛି । ବିଶେଷ କରି ରାଜଧାନୀକୁ ଆସିଥିବା ବାହାର ଲୋକଙ୍କ ଉପରେ ଗୁଇନ୍ଦା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଦରକାର ପଡ଼ିଲେ ସୁରକ୍ଷା ଲାଗି ଓଡ଼ିଶା ଷ୍ଟେଟ୍ ଆର୍ମସ୍ ଫୋର୍ସ ମଗାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି, ମଣ୍ଡପରେ ଅଗ୍ନି ନିର୍ବାପକଯନ୍ତ୍ର ରଖିବା ବାଧ୍ୟତାମୂଳକ । ତା’ ଛଡ଼ା ତୋରଣରେ ନିଆଁ ନ ଧରିବା ପାଇଁ ଏକ କେମିକାଲ୍ ଲଗାଇବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଳାପାଳ, ବିଧାୟକ ସୁରେଶ କୁମାର ରାଉତରାୟ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଅତିରିକ୍ତ ପୁଲିସ୍ କମିଶନର ସଞ୍ଜୟ ସିଂହ, ଡିଜିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କ ସମେତ କମିଶନରେଟ୍ ପୁଲିସ୍ର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons