ପୁରୀ: ଆଉ ୮ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ (ଡିଜିପି) ଅଭୟ ରବିବାର ପୁରୀ ପୁଲିସର ରଥଯାତ୍ରା ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।
ସମୀକ୍ଷା ବୈଠକରୁ ସୂଚନା ମିଳିଛି ଆଗାମୀ ରଥଯାତ୍ରାର ସୁରକ୍ଷା ପ୍ରସ୍ତୁତିର ସମସ୍ତ ପ୍ରାକ୍ ପଦକ୍ଷେପ ନିଆଯାଇଛି । କୋଭିଡ୍ ମାର୍ଗଦର୍ଶିକା ଅବଲମ୍ବନରେ ଚଳିତ ରଥଯାତ୍ରା ପାଳନ ହେଉଥିବାରୁ ଡିଜିପି ପୂର୍ବବର୍ଷ ଭଳି ପୁରୀ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ବୈଠକରେ ସୂଚନା ଦିଆଯାଇଛି ୮୦ ପ୍ଲାଟୁନ୍ ଫୋର୍ସ ରଥଯାତ୍ରା ସୁରକ୍ଷା ଏବଂ କୋଭିଡ୍ କଟକଣା ଅନୁପାଳନ ଲାଗୁ କରିବାରେ ନିୟୋଜିତ ହେବେ । ପୁରୀ ସହରରେ ରଥଯାତ୍ରା ଅବସରରେ ୪୮ ଘଣ୍ଟିଆ କର୍ଫୁ୍ୟ ଜାରି କରିବାକୁ ପ୍ରସ୍ତୁତି ଚାଲିଛି । ବଡ଼ଦାଣ୍ଡରେ ଲୋକମାନେ ନିଜ ନିଜର ବାସଭବନ ଛାତ ଉପରୁ ରଥଟଣା ଦର୍ଶନ ଉପରେ କଟକଣା ଲାଗୁ କରାଯିବ ।
ବୈଠକ ପରେ ଡିଜିପି ଗଣମାଧ୍ୟମକୁ କହିଥିଲେ ଗତବର୍ଷର କୋଭିଡ୍ କଟକଣାଯୁକ୍ତ ବିନା ଭକ୍ତରେ ରଥଯାତ୍ରାକୁ ପୁରୀବାସୀ ସହଯୋଗ କରିଥିଲେ । ଚଳିତ ବର୍ଷ ବି ଏହି ସହଯୋଗ ପୁରୀବାସୀଙ୍କ ଠାରୁ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ନିଜ ନିଜର ଘରେ ରହି ବଡ଼ଦାଣ୍ଡ ସମେତ ଅନ୍ୟ ଅଞ୍ଚଳର ଲୋକମାନେ ବିଭିନ୍ନ ଟେଲିଭିଜନ, ଲ୍ୟାପଟପ, ମୋବାଇଲ ଫୋନ୍ ଜରିଆରେ ରଥଯାତ୍ରାକୁ ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ । ଆଜି ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାର ମୁଁ ସମୀକ୍ଷା କରିଛି । ଆଜି ପର୍ଯ୍ୟନ୍ତ ପୁରୀ ଏସ୍ପି ଓ ଅନ୍ୟ ବରିÂ ପୁଲିସ ଅଫିସରମାନେ ମିଶି ନିରନ୍ତର ଉଦ୍ୟମ କରି ଭଲ ପ୍ରସ୍ତୁତି କରିଛନ୍ତି । ଆହୁରି ସୁରକ୍ଷା ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା ଏବଂ ବରିÂ ଅଫିସରଙ୍କୁ ନିୟୋଜିତ କରିବାକୁ ଆଦେଶ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ ।
ସମୀକ୍ଷା ବୈଠକରେ ଅତିରିକ୍ତ ମହାନିଦେ୍ର୍ଧଶକ (ଆଇନ ଶୃଙ୍ଖଳା) ରାଧାକି୍ରଷନ୍ ଶର୍ମା, ଗୁଇନ୍ଦା ବିଭାଗ ନିଦେ୍ର୍ଧଶକ ଲଳିତ ଦାଶ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, କେନ୍ଦ୍ରାଞ୍ଚଳ ଡିଆଇଜି ଅନୁପ ସାହୁ ଏବଂ ପୁରୀ ଏସ୍ପି କେ ବିଶାଳ ସିଂହଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଡିଜିପି ଶ୍ରୀମନ୍ଦିର ସିଂହଦ୍ୱାର ସହ ବଡ଼ଦାଣ୍ଡରେ ପୁଲିସ ବନେ୍ଦାବସ୍ତ ବୁଲି ଦେଖିଥିଲେ । ପରିଦର୍ଶନ ବେଳେ ରଥଖଳାରେ ଭୋଇ ସର୍ଦ୍ଧାର ଓ ରଥ କାରିଗରଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.