ମାଲକାନଗିରି, (ବି.ବି.ନୁ୍ୟଜ୍) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୀମାନ୍ତ ମୋଟୁ ଚେକପୋଷ୍ଟ ପ୍ରବେଶପଥରେ ମୂତୟନ ଆଗ ଧାଡିର ଜଣେ କରୋନା ଯୋଦ୍ଧା ପୁଲିସ ହାବିଲଦାର ଥିବା ବେଳେ ଅନ୍ୟଦୁଇଜଣ କୋରକୁଣ୍ଡା ତାର୍ଲାକୋଟା ସଙ୍ଗରୋଧରେ ରହିଥିବା ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଚି । ପ୍ରଥମ ଥରକରି ମାଲକାନଗିରି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀ ଆକାନ୍ତ ହୋଇଥିବାରୁ ମୋଟୁ ଥାନା କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ଥାନା ଅଧିକାରୀ ସମତେ ଅନ୍ୟାନ ପୁଲିସ କର୍ମଚାରୀ ମାନଙ୍କୁ କ୍ୱାରେଟାଂଇନ ରେ ରଖାଯାଇ ମୋଟୁ ଥାନାକୁ ସାନିଟାଇଜ କରିଯାଇଛି ଓ ଏମଭି୭୯ ଥାନାରୁ ପୁଲିସ କର୍ମଚାରୀ ମାନଙ୍କୁ ମୋଟ ଥାନା ଦାଇତ୍ୱ ତୁଲାଇବା ପାଇଁ ଜିଲ୍ଲପୁଲିସ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧଶେ ଦିଆଯାଇଥିବାର ଜଣାପଡିଛି । ଏବେ ମହାମାରୀ କରୋନା କାୟାବିସ୍ତାର କରି ତିନୋଟି ବ୍ଲକର ୫ଟି ପଚାଂୟତ ରେ ପହଁଚିଗଲାଣି, ମାଲକାନଗିରି ଜିଲ୍ଲାରେ ୨୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୪ଜଣ କୋଭିଡ ହସପିଟାଲରେ ଚିକିିତ ହେଉଛନ୍ତି । ଆଜିର ୩ ଜଣ ଚିହ୍ନଟ ଙ୍କ ମଧ୍ୟରୁ ମୋଟୁ ଚେକପୋଷ୍ଟ ନିକଟରେ ମୂତୟନଥିବା ମୋଟୁ ଥାନା ହାବିଲଦାର,ଅନ୍ୟଜଣେ ତାର୍ଲାକୋଟା କ୍ୱାରେଟାଂଇନ ରେ ମୂତୟନଥିବା କର୍ମଚାରୀ ଓ ଅନ୍ୟଜଣେ ସେହି ସଙ୍ଗରୋଧ କେନ୍ଦ୍ରରେ ଥିବା ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜଣାପଡିଛି । ମୋଟୁ ଥାନା ସହିତ କୋରକୁଣ୍ଡା ବ୍ଲକ ର ତାର୍ଲାକୋଟା ଅଚଂଳ ରେ ଥିବା କ୍ୱାରେଟାଂଇନ କେନ୍ଦ୍ର କୁ କଟେଂନମେଟଂ ଜୋନ ଭାବେ ଘୋଷଣା କରାଯାଇ ସେ ଅଚଂଳରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେ ଅଚଂଳରେ ଦୋକାନବଜାର ବନ୍ଦରହିବା ସହ କେହି ଗ୍ରାମବାସୀ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆଜିର ସଂକ୍ରମଣଙ୍କ ଟ୍ରାଭେଲ ରିପୋର୍ଟ ଜଣାପଡିଯାଇଛି ,ଚିହ୍ନଟ ଆକ୍ରାନ୍ତ ମାନେ ଅନ୍ୟ କେଉ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । ଯେଉ ମାନେ ହାବିଲଦାର ଙ୍କ ସଂସ୍ପର୍ଶରେ ଆସିଥିଲେ ଚିହ୍ନତ୍ଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ମାଲକାନଗିରି କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇ ଚିକିା କରାଯାଉଛି । ସୂଚନା ଯୋଗ୍ୟ,ସୀମାନ୍ତ ମୋଟୁ କାଲେରୁ ପୋଲ ଚେକପୋଷ୍ଟ ରାସ୍ତାଦେଇ ଇତି ମଧ୍ୟରେ ପ୍ରାୟ୫୦ହଜାର ପ୍ରବାସୀ ଓଡିଶା ଭିତରକୁ ପ୍ରବେଶ କରିଛନ୍ତି । ସେହି ଚେକ ପୋଷ୍ଟରେ ଏହି ପୁଲିସ ହାବିଲଦାର ଡିୟୁଟ କରୁଥିଲେ , କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପ କ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓୟାଲ ପରାମର୍ଶ ଦେଇଛନ୍ତି ।


Comments are closed, but trackbacks and pingbacks are open.