କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ): ଘନ ତ୍ତଅନ୍ଧାରରେ ଗହୀର ମଝିରେ ଥିବା ଏକ ବଗିଚାକୁ ନେଇ ଝିତ୍ତଅର ତଣ୍ଟିଚିପି ହତ୍ୟା କରିଦେଲା ନୃଶଂସ ବାପା । ୩ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିବା ପରେ ବଗିଚାରେ ଫିଙ୍ଗିଦେଇ ଲୁଚିଥିଲା । ହେଲେ ଲୁଚିଲାନି ସତ । ଛାନ୍ଭିନ୍ କରି ସେଦିନର କାଳ ରାତ୍ରିର କାହାଣୀକୁ ପର୍ଦ୍ଧାଫାଶ୍ କଲା ପୁଲିସ । ପେଣ୍ଠକଟା ମେରାଇନ୍ ଥାନା ପୁଲିସ ତ୍ତଅଭିଯୁକ୍ତ ବାପାକୁ ଧରିଲା । ସେ ହେଲା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ତ୍ତଅଧୀନ କବିସୂର୍ଯ୍ୟନଗର ଥାନା ତ୍ତଅନ୍ତର୍ଗତ ଜେନାପୁର ଗ୍ରାମର ବିଭୂତି ଜେନା । ନିଜ ଘରୁ ଶିଶୁକନ୍ୟାକୁ ନେଇ ପୁରୀ ଚାଲି ତ୍ତଆସିଥିବାବେଳେ ସେଠାରେ ପତ୍ନୀ ଜ୍ୟୋତ୍ସା ଜେନାଙ୍କ ତ୍ତଅଭିଯୋଗକ୍ରମେ ରୁଜୁ ହୋଇଥିବା ତ୍ତଅପହରଣ ମାମଲା ଏବେ ହତ୍ୟା ମାମଲାକୁ ଟର୍ଣ୍ଣ କରିଛି ।
ପୁଲିସ ସୂତ୍ର ତ୍ତଅନୁଯାୟୀ, ବିଭୂତି ଓ ଜ୍ୟୋତ୍ସ୍ନାଙ୍କ ୭ ବର୍ଷ ତଳେ ବିବାହ ହୋଇଥିଲା । ହେଲେ ବିବାହ ପରେ ଜ୍ୟୋତ୍ସ୍ନା ରୋଗାକ୍ରାନ୍ତ ହୋଇ ପଡିଥିଲେ । ତେଣୁ ପତ୍ନୀଙ୍କ ପ୍ରତି ବିଭୂତିର ସ୍ନେହଭାବ କମିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଝଗଡ଼ା ଲାଗୁଥିଲା । କିଛି ଦିନ ତଳେ ଜ୍ୟୋତ୍ସ୍ନାଙ୍କୁ ବାପଘରକୁ ତଡ଼ି ଦେଇଥିଲା ବିଭୂତି । ହେଲେ ବାପଘର ଲୋକେ ଜ୍ୟୋତ୍ସାଙ୍କୁ ପୁଣି ଶାଶୂଘରେ ନେଇ ଛାଡ଼ିଥିଲେ । ନିର୍ଯାତନା ଦେଲେ ତ୍ତଆଇନ୍ର ତ୍ତଆଶ୍ରୟ ନେବାକୁ ମଧ୍ୟ ଚେତାବନୀ ଦେଇଥିଲେ ଜ୍ୟୋତ୍ସ୍ନା । ଝିତ୍ତଅର ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ବିଭୂତିକୁ ବୁଝାଇଥିଲେ ଜ୍ୟୋତ୍ସ୍ନା । ହେଲେ ବିଭୂତି ବୁଝିବା ବଦଳରେ ହିଂସ୍ର ହୋଇ ଯାଇଥିଲା ।
ଗତ ୧୯ ତାରିଖରେ ଝିଅକୁ ନେଇ ପୁରୀ ତ୍ତଆସିଥିଲା ବିଭୂତି । କାହାକୁ ନଜଣାଇ ଝିଅକୁ ନେଇ ଘରୁ ପଳାଇ ତ୍ତଆସିଥିବା କାରଣରୁ ଜ୍ୟୋତ୍ସା ତ୍ତଅସ୍ତବ୍ୟସ୍ତ ହୋଇ ପଡିଥିଲେ । ଏନେଇ ସେହିଦିନ କବିସୂର୍ଯ୍ୟନଗର ଥାନାରେ ସେ ତ୍ତଅପହରଣ ତ୍ତଅଭିଯୋଗ କରିଥିଲେ । ପୁଲିସ ଏନେଇ ତ୍ତଅପହରଣ ମାମଲା (୨୬୨/୨୦) ରୁଜୁ କରିଥିଲା । ସେପଟେ ବିଭୂତିର ଜଣେ ମଉସା ପେଣ୍ଠକଟା ମେରାଇନ୍ ଥାନା ତ୍ତଅଧୀନ ଗୋପାଳପୁର ଗ୍ରାମରେ ରହୁଥିଲେ । ପୂର୍ବରୁ ମଉସାଙ୍କ ପାଖର ରହି ବିଭୂତି ପରିବା ବ୍ୟବସାୟ କରୁଥିଲା । ତେଣୁ ପୁରୀରେ ୧୯ ତାରିଖରେ ରାତିରେ ପୁରୀରେ ପହଞ୍ଚି ମଉସା ଘରକୁ ଯାଇନଥିଲା ବିଭୂତି । ବାହାରେ ଝିଅକୁ ନେଇ ବୁଲିଥିଲା । ବିଳମ୍ବିତ ରାତିରେ ଗୋପାଳପୁର ବିଲଭୋଇସାହି ନିକଟ ଗୁରୁ ବଗିଚାକୁ ଯାଇଥିଲା । ସେଠାରେ ଝିତ୍ତଅର ତଣ୍ଟି ଚିପି ତ୍ତଅତି ନୃଶଂସ ଭାବେ ହତ୍ୟା କରିଥିଲା । ହତ୍ୟାପରେ ସେଠାରେ ମୃତଦେହକୁ ଫିଙ୍ଗି ପଳାଇଥିଲା । କିନ୍ତୁ ଘରକୁ ନଫେରି ୨୦ ତାରିଖ ଦିନ ଓ ରାତି ତମାମ ବାହାରେ ବୁଲିଥିଲା । ୨୧ ତାରିଖରେ ମଉସାଙ୍କ ଘରକୁ ସେ ଫେରିଥିଲା । ମଉସା ପୂର୍ବରୁ ଶିଶୁକନ୍ୟା ତ୍ତଅପହରଣ ସମ୍ପର୍କରେ ସୂଚନା ପାଇଥିଲେ । ହେଲେ ସେ ବିଷୟରେ ଜାଣିନଥିବା କହିଥିଲା ବିଭୂତି ।
୨୩ ତାରିଖରେ ବଗିଚାରେ ଗଳିତ ଶବ ପଡିଥିବା ଖବର ପାଇ ଜବତ କରିଥିଲା ପେଣ୍ଠକଟା ମେରାଇନ୍ ଥନା ପୁଲିସ । ତ୍ତଆଇତ୍ତଆଇସି ବାମଦେବ ନନ୍ଦ ତ୍ତଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ଛାନ୍ଭିନ୍ ତ୍ତଆରମ୍ଭ କରିଥିଲେ । ପରେ ଶିଶୁର ଶବ ଦେଖି ମଉସା ବିଭୂତିକୁ ଘରେ ତ୍ତଅଟକାଇ ରଖିଥିଲେ । ପୁଲିସ ପହଂଚି ତାକୁ କାବୁ କରିଥିଲା । ଖବର ପାଇ ଜ୍ୟୋତ୍ସ୍ନା ନିଜ ଝିଅକୁ ଚିହ୍ନଟ କରିଥିଲେ । ବିଭୂତିକୁ ଥାନାକୁ ନେଇ ପଚରାଉଚରା କରିବା ପରେ ସେ ସବୁକଥା ମାନିଯାଇଥିଲା । ଝିଅକୁ ମାରିଦେଲେ କଣ୍ଟା ଛିଣ୍ଡିବ ବୋଲି ଭାବି ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କହିଥିଲା । ପରେ ପୁଲିସ କବିସୂର୍ଯ୍ୟନଗର ଥାନାକୁ ସୂଚନା ଦେଇଥିଲା । ଏହାପରେ ଶୁକ୍ରବାର ସେଠାକାର ପୁଲିସ ପୁରୀ ତ୍ତଆସି ବିଭୂତିକୁ ନେଇ ଫେରିଛି । ତ୍ତଅପହରଣ ମାମଲା ହତ୍ୟା ମାମଲାକୁ ଟର୍ଣ୍ଣ କରିଥିବା ପୁଲିସ କହିଛି ।


Comments are closed, but trackbacks and pingbacks are open.