ପୁସ୍ତକ ‘ହେ ମାଆ! ମାତୃଭୂମି!’ ଉନ୍ମୋଚିତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପଣ୍ଡିତ ଡ. ପ୍ରବୋଧ କୁମାର ମିଶ୍ରଙ୍କ ଦ୍ୱାରା ‘ହେ ମାଆ! ମାତୃଭୂମି!’ ପୁସ୍ତକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହାକୁ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମ୍ମାନିତ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ଡ. ମିଶ୍ର ଜଣେ ଲବ୍ଧ ପ୍ରତିଷ୍ଠିତ କବି, ସମାଲୋଚକ ତଥା ଲେଖକ । ସଂସ୍କୃତ ଏବଂ ଓଡ଼ିଆ ସାହିତ୍ୟ ପାଇଁ ତାଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଆ ସ୍ୱାଭିମାନ ହିଁ ତାଙ୍କ କାଳଜୟୀ ସୃଷ୍ଟିକୁ ପ୍ରେରିତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons