ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର, ଭେଟିବାକୁ ଏମ୍ସ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡିଛି । ଅଗଷ୍ଟ ୯ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଭେଟିବା ପାଇଁ ଏମ୍ସ ଯିବେ ବୋଲି ଜଣାପଡିଛି ।
ଗତ ୭ଦିନ ହେବ ଅରୁଣ ଜେଟଲୀ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୯ତାରିଖରେ ଏମ୍ସ ପକ୍ଷରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବୁଲେଟିନ୍ ଜାରି କରାଯାଇଥିଲା । ମାତ୍ର ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ କୌଣସି ଖବର ଦିଆଯାଇନାହିଁ । ମିଲିଥିବା ସୂଚନା ଅନୁସାରେ ଜେଟଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ସେ ଏବେ ଆଇସିୟୁରେ ରହିଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ଜେଟଲୀ ପୂର୍ବରୁ ଜଣେ ଡାଇବେଟିସ୍ ରୋଗୀ ଥିଲେ । ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଛି । କିଛି ଦିନ ତଳେ ତାଙ୍କୁ କ୍ୟାନସର ହୋଇଥିବା ମଧ୍ୟ ଜଣାପଡିଥିଲା । ଜେଟଲୀ ମୋଟାପଣ ପାଇଁ ବେରିଏଟ୍ରିକ୍ ସର୍ଜରୀ ମଧ୍ୟ କରାଇଥିଲେ ।
Comments are closed, but trackbacks and pingbacks are open.