ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତିନି ଦିନର ମହଲତ ଦେଲି । ଏ ସମୟ ମଧ୍ୟରେ ବେଆଇନ ଭାବେ ମାଡ଼ି ବସିଥିବା କ୍ୱାର୍ଟର୍ସ ଖାଲି କର । ନଚେତ ପୁଲିସରେ ବିଧାନସଭା ସଚିବାଳୟ ପକ୍ଷରୁ ଏତଲା ଦିଆଯିବ । ବେଆଇନ ଭାବେ କ୍ୱାର୍ଟର୍ସ ମାଡ଼ି ବସିଥିବା ପୂର୍ବତନ ବିଧାୟକମାନଙ୍କୁ ପୁଣି ଏମିତି ନାଲିଆଖି ଦେଖାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହାଛଡ଼ା ବିଧାନସଭା ପରିସରରେ ଏଣିକି ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବ । କର୍ମଚାରୀଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ହେବ । ଏ ସୂଚନା ଦେଇଛନ୍ତି ବାଚସ୍ପତି ।
ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନେ କ୍ୱାର୍ଟର୍ସ ଖାଲି କରୁନଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା । ପୂର୍ବରୁ ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ୍ ମଧ୍ୟ ଜାରି ହୋଇଥିଲା । ଏହାସତ୍ତେ୍ୱ ବହୁ କ୍ୱାର୍ଟର୍ସ ଏବେ ବି ପୂର୍ବତନମାନେ ଖାଲି କରୁନଥିବାରୁ ବାଚସ୍ପତି ପୁଣି କଠୋର ଆଭିମୁଖ୍ୟ ଗ୍ରହଣ କରି ଆସନ୍ତା ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼ିବାକୁ ସଫା ସଫା ଶୁଣାଇଛନ୍ତି । ଏଥିରେ ଖିଲାପ କଲେ ସେମାନେ ଆଇନ ଜାଲରେ ପଡ଼ିବେ ବୋଲି ସୂର୍ଯ୍ୟ ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ଏବେର କିଛି ବିଧାୟକଙ୍କୁ ମଧ୍ୟ ଘର ଖାଲି କରିବାକୁ କୁହାଯାଇଛି । ଆସନ୍ତା ମାସରୁ ବିଧାୟକମାନଙ୍କ ପାଇଁ ନୂଆ କ୍ୱାର୍ଟର୍ସ ନିର୍ମାଣ କରାଯିବ । କିଛି କ୍ୱାର୍ଟର୍ସ ଭଙ୍ଗାଯିବ । ତେଣୁ ସେମାନଙ୍କୁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯିବ ।
ବାଚସ୍ପତିଙ୍କ ସୂଚନା ଅନୁସାରେ, ସମଗ୍ର ବିଧାନସଭା ପରିସର ଏଣିକି ସିସିଟିଭି ବଳୟରେ ରହିବ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଫୋକସ୍ କରାଯିବ । ବିଧାନସଭା କର୍ମଚାରୀମାନେ କେତେ ସମୟ ଅଫିସରେ ରହୁଛନ୍ତି ଜାଣିବାକୁ ବାୟୋମେଟ୍ରିକ ବ୍ୟବସ୍ଥା ରହିବ । କର୍ମଚାରୀମାନେ ଏଣିକି ସ୍ୱତନ୍ତ୍ର ଡ୍ରେସ୍କୋଡ୍ରେ ଅଫିସ ଆସିବେ ।
ଉଲ୍ଲେଖଯୋଗ୍ୟ, ଆଉ ସରକାରୀ କ୍ୱାର୍ଟର୍ସ ନିଜ ଦଖଲରେ ରଖିବାର ଅଧିକାର ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ । ତୁରନ୍ତ ଆଇନକୁ ସମ୍ମାନ ଜଣାଇ କବ୍ଜାରେ ରଖିଥିବା ସରକାରୀ କ୍ୱାର୍ଟର୍ସ ଛାଡ଼ । ନଚେତ୍ ପାଣି ଓ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ । ସରକାରୀ ଘର ଛାଡ଼ିନଥିବା ୨୬ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କୁ ଗତ ସେପଟେମ୍ବର ୧୬ରେ ଏମିତି ଚେତାବନୀ ଦେଇଥିଲେ ସୂର୍ଯ୍ୟ । କ୍ୱାର୍ଟର୍ସ ଦଖଲରେ ରଖିଥିବା ଏହି ପୂର୍ବତନମାନଙ୍କୁ ବିଧାନସଭା ପକ୍ଷରୁ ବିଧିବଦ୍ଧ ନୋଟିସ୍ ମଧ୍ୟ ଜାରି କରାଯାଇ ଯେତେଶୀଘ୍ର ସମ୍ଭବ ଘର ଖାଲି କରିବାକୁ ନିଦେ୍ର୍ଧଶ ଜାରି ହୋଇଥିଲା । ମାତ୍ର କିଛି ଘର ଖାଲି ହୋଇଥିଲା ବେଳେ ଆହୁରି କିଛି କ୍ୱାର୍ଟର୍ସ ଏବେ ବି ଜବରଦଖଲରେ ଅଛି ।
Comments are closed, but trackbacks and pingbacks are open.