ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ

Get real time updates directly on you device, subscribe now.

ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି । ସୋମବାର ସକାଳ ପ୍ରାୟ ୭.୩୦ମିନିଟ୍ ରେ ସାନଶାସନ ପଞ୍ଚାୟତ ରାଣୀପଡା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଜ ଗାଁରେ ସ୍ୱର୍ଗତ ସେଠୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସାନପୁଅ ସତ୍ୟପ୍ରକାଶ ମୁଖାଗ୍ନି ଦେଇଥିଲେ । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଅସୁସ୍ଥ ଥିବା ସ୍ୱର୍ଗତ ସେଠୀଙ୍କ ନାତି ଡାକ୍ତରୀ ଛାତ୍ର କୁମାର ଅନିକେଶଙ୍କ ସନେ୍ଦହଜନକ ମୃତୁ୍ୟ ଯୋଗୁଁ ମନସ୍ତାପରେ ଥିଲେ ।
୧୯୨୯ ମସିହା ଜୁନ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ପୁରୁଷୋତ୍ତମ । ବାପାଙ୍କ ନାମ ଗୋପୀନାଥ ସେଠୀ ଓ ମାଆ ରଜନୀ ଦେଇ । ଆଚାର୍ଯ୍ୟ ବିନୋଭା ଭାବେ ଓ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୫୨ ମସିହାରେ କଂଗ୍ରେସ ଦଳରେ ଯୋଗଦେଇଥିଲେ । ୧୯୮୦-୮୫ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ସେ । ଅବିଭକ୍ତ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ଖଦି ବୋର୍ଡ, ଅନୁସୂଚୀତ ଜାତି ଓ ଜନଜାତି କର୍ପୋରେସନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗୋବିନ୍ଦପୁର ଠାରେ ପୁରୁଷୋତ୍ତମ ସେଠୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିÂା କରିବା ସହ ସହ ଆଦର୍ଶ ଗୋ-ଚିକିତ୍ସା ଓ ଗୋମାନବ ଚିକିତ୍ସା ପୁସ୍ତକ ରଚନା କରିଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାହିତି୍ୟକ, ସଙ୍ଗଠକ, ରାଜନେତା ତାଙ୍କର ଶେଷ ଦର୍ଶନ କରିବା ସହ ଶୋକବ୍ୟକ୍ତ କରିଥିଲେ । ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ସୁଧାକର ନନ୍ଦ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସେ ଜଣେ କୁଶଳୀ ସଙ୍ଗଠକ ଓ ରାଜନୀତିଜ୍ଞ ଥିଲେ ବୋଲି ଉଲ୍ଲେଖ କରିଛନ୍ତି । ସେହିପରି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେପି ନେତା ବଦ୍ରୀ ନାରାୟଣ ଧଳ, କଂଗ୍ରେସ ନେତା ସୁବ୍ରତ ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons