ପୂର୍ବତନ ବିଧାୟିକା ଚନ୍ଦ୍ରମାଙ୍କ ଦେହାନ୍ତ

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତା(୮୩)ଙ୍କ ଆଜି ଭୋର୍ ସମୟରେ ଦେହାନ୍ତ ହୋଇଯାଇଛି । ମାଳିପୁଟ ପଞ୍ଚାୟତର ସିପାହୀପୁଟ ଗାଁରେ ଥିବା ବାସଭବନରେ ସେ ଆଖି ବୁଜିଛନ୍ତି । ମୃତୁ୍ୟ ବେଳକୁ ପୁଅ ଭରତ ସାଉନ୍ତା, ନାତି ସୁବାସ ସାଉନ୍ତା, ବୋହୂ ଓ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଚନ୍ଦ୍ରମାଙ୍କ ମୃତୁ୍ୟରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହିତ ତାଙ୍କ ଶେଷ ଦର୍ଶନ କରିଛନ୍ତି ।
ବହୁଦିନ ହେଲା ରୋଗରେ ଶଯ୍ୟାଶାୟୀ ଥିଲେ ଚନ୍ଦ୍ରମା । ଅସୁସ୍ଥତା ପାଇଁ ଗତବର୍ଷ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଘରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଆଜି ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ରଘୁରାମ ପଡ଼ାଲ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ାମ, ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ନିମାଇ ସରକାର, ରୂପକ ତୁରୁକ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ସୁନାବେଡ଼ା ଏସଡ଼ିପିଓ ମନୋଜ ବେହେରା, ପଟ୍ଟାଙ୍ଗିି ଆଇଆଇସି କୈବଲ୍ୟ ସେଠ୍ଙ୍କ ସହିତ ବହୁ ବୁଦ୍ଧିଜୀବୀ ତାଙ୍କ ଘରକୁ ଯାଇ ଶେଷଦର୍ଶନ କରିଥିଲେ । ଅପରାହ୍ନରେ ସିପାହୀପୁଟ ଶ୍ମଶାନରେ ତାଙ୍କ ଅନ୍ତିମ ସ+ାର କରାଯାଇଥିଲା ।
ସୂଚନା ଥାଉକି, ଚନ୍ଦ୍ରମା ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ପଟ୍ଟାଙ୍ଗି ବିଧାୟିକା ଥିଲେ । ୨୦୦୨ରୁ ୨୦୦୭ ପଟ୍ଟାଙ୍ଗି ବ୍ଲକ ଅଧକ୍ଷା, ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ରହିଥିଲେ । ସେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ଆଗଧାଡ଼ିର ଆଦିବାସୀ ନେତ୍ରୀ ଭାବେ ବେଶ ପରିଚିତ ଥିଲେ ।

ରିପୋର୍ଟ ସତ୍ୟ ନାରାୟଣଙ୍କ ଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons