ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ

Get real time updates directly on you device, subscribe now.

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ । ମାତ୍ର ୪୪ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି । କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦ୍‌ରେ ଚିକିତ୍ସିତ ହେଉଥିଲେ । ପରଲୋକ ନେଇ ସୂଚନା ଦେଲେ ଭାଇ ମନୋଜ ଜେନା । ସୂଚନା ଅନୁଯାୟୀ, କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ତାଙ୍କୁ ମେ’ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ସଂଗ୍ରାମଜେନା କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଳ୍‌ରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୮୪ ଦିନ ହେଲା ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା । ଚିକିତ୍ସା ଚାଲିଥିଲା ବେଳେ ତାଙ୍କର ଷ୍ଟେବୁଲ୍ ଠିକ୍‌ଠାକ୍ ଥିଲା। ହେଲେ ଆଜି ସକାଳୁ ତାଙ୍କର ହାର୍ଟ ସମସ୍ୟା କିଛି ବାହାରି ଥିଲା ।
ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଛି ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା । ଏହା ସହ ଭଦ୍ରକ ଆସନରୁ ଏମପି ପାଇଁ ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ । ସେ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ସଭାପତି, ପିସିସିର ସାଧାରଣ ସମ୍ପାଦକ, ଓ କଟକର ଜିଲ୍ଲା ପ୍ରଭାରୀ ଥିଲେ। ସେ ଅନେକ ସାମାଜିକ ସେବା ସହ ଜଡିତ ଥିଲେ। ଯୁବକମାନହ୍କୁ ଏକାଠି କରି କିପରି କାମ କରିହେବ, ଲୁଲୁଙ୍କ ପରେ ସେ ଦ‍‍‍କ୍ଷତା ତାଙ୍କ ନିକଟରେ ଥିଲା। ତାଙ୍କରି ନେତୃତ୍ୱରେ ହିଁ ହଜାର ହଜାର ଯୁବକ ଓ ଛାତ୍ରମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ। ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons