ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶାର ଦାବି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ଏକ ମାନଦଣ୍ଡ ଭାବେ ବିଚାରକୁ ନେଇ ଓଡ଼ିଶାକୁ ‘ସ୍ପେଶାଲ ଫୋକସ ଷ୍ଟେଟ୍’ ଘୋଷଣା କର । କେନ୍ଦ୍ର ସରକାରଙ୍କ ନିକଟରେ ଏଭଳି ଦାବି ରଖିଛି ଓଡ଼ିଶା ।
ଲୋକସେବା ଭବନରେ ଶୁକ୍ରବାର ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦାବି ଉଠାଇଛନ୍ତି । ଏହାସହ କୋଇଲା ରୟାଲ୍ଟିକୁ ତୁରନ୍ତ ସଂଶୋଧନ କରିବା ସହ ସ୍ୱଚ୍ଛ ସେସ୍ ରାଜସ୍ୱରୁ ରାଜ୍ୟ ସରକାରଙ୍କୁ ଭାଗ ଦେବାକୁ ସେ ନିଜର ଦାବିକୁ ପୁନଶ୍ଚ ଦୋହରାଇଥିଲେ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାର ବରିÂ ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଟ୍ୱିଟ୍ ଜରିଆରେ କହିଛନ୍ତି, ବୈଠକରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଦୀର୍ଘଦିନ ହେଲା ଉଠାଉଥିବା ୪୮ଟି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା । ସେଥିରୁ ୪୦ଟି ପ୍ରସଙ୍ଗ ଆପୋସ ବୁଝାମଣା ଜରିଆରେ ସମାଧାନ କରାଯାଇଛି ।
ନବୀନ ନିଜ ଅଭିଭାଷଣରେ କହିଲେ, ରାଜ୍ୟ-ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଏକତା ତଥା ସୁସ୍ଥ ସମ୍ପର୍କ ସୃଷ୍ଟି କରିବା ଆଞ୍ଚଳିକ ପରିଷଦର ମୁଖ୍ୟ ଉଦେ୍ଧଶ୍ୟ । ଆର୍ଥିକ, ଭିତ୍ତିଭୂମି, ବୈଷୟିକ ଏକତା ଜରିଆରେ ଉଭୟ ପକ୍ଷ ମଧ୍ୟରେ ଭାବଗତ ଏକତା ସୁଦୃଢ଼ ହୋଇଥାଏ । କିନ୍ତୁ ଦେଶବ୍ୟାପୀ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି, ଟେଲି ସାନ୍ଦ୍ରତା, ବ୍ୟାଙ୍କିଙ୍ଗ୍ ସାନ୍ଦ୍ରତା, ରେଳ ଓ ସଡ଼କ ସାନ୍ଦ୍ରତା ପୂର୍ବାଞ୍ଚଳରେ ସର୍ବନିମ୍ନ ରହିଛି । ଏଣୁ ଏସବୁ କ୍ଷେତ୍ରରେ ପୂର୍ବ ଭାରତକୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ଦୁଇଗୁଣା ଅର୍ଥ ଆବଣ୍ଟନ କର । ଏପରିକି ପୂର୍ବାଞ୍ଚଳର ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ କରିବା ଉଦେ୍ଧଶ୍ୟରେ କେନ୍ଦ୍ର ସରକାର ‘ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ’ ଘୋଷଣା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ।
ଦେଶର ଖଣିଜ ସମ୍ପଦ ସମେତ ବିନିର୍ମାଣ(ମାନୁଫାକ୍ଚରିଂ) ଓ ଶକ୍ତି ସୁରକ୍ଷା ଦିଗରେ ପୂର୍ବାଞ୍ଚଳର ସର୍ବବୃହତ ଅବଦାନ ରହୁଛି । ଏସବୁ ସମ୍ପଦ ଏହି କ୍ଷେତ୍ର ତଥା ଏହାର ଲୋକମାନଙ୍କର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ପାଇଁ ବ୍ୟବହାର ହେବା ଉଚିତ ।
ମୁଖ୍ୟମନ୍ତ୍ରୀ କହିଲେ, ୨୦୧୨ ପରଠାରୁ କୋଇଲା ଉପରେ ରୟାଲ୍ଟିକୁ ସଂଶୋଧନ କରାଯାଇ ନାହିଁ । ଏଣୁ କେନ୍ଦ୍ର ସରକାର କୋଇଲା ରୟାଲ୍ଟିକୁ ତୁରନ୍ତ ସଂଶୋଧନ କରିବା ଉଚିତ । ଏହାଛଡ଼ା କ୍ଲିନ୍ ଏନର୍ଜି ବା ସ୍ୱଚ୍ଛ ସେସ୍ରୁ ସଂଗୃହିତ ହେଉଥିବା ରାଜସ୍ୱରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଭାଗ ଦେବା ଆବଶ୍ୟକ ।
ପୂର୍ବ ଭାରତରେ ଦେଶର କିଛି ବୃହତ ଅନୁସୂଚିତ ଜାତି ଅଞ୍ଚଳ ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ହୋ, ଭୂମିଜ ଓ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ଏ ଅବସରରେ ନିଜର ପୁରୁଣା ଦାବିକୁ ନବୀନ ଦୋହରାଇଥିଲେ ।
ଏହାବ୍ୟତୀତ ପୌରପାଳିକାକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ କିଣା ପାଇଁ ସବ୍ସିଡି ପ୍ରଦାନରେ ଅହେତୁକ ବିଳମ୍ବ କାରଣରୁ ଚାଷୀ ସମସ୍ୟା ସୃଷ୍ଟି ଉପରେ ମଧ୍ୟ ନବୀନ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଓଡ଼ିଶା ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଯୋଗାଣ ସହ ୫୦% ପାଣ୍ଠି ସହାୟତା କରୁଛି । ଏହାସତ୍ତେ୍ୱ ରେଳ ପ୍ରକଳ୍ପରେ ବହୁ ବିଳମ୍ବ ଦେଖିବାକୁ ମିଳୁଛି । ଏଣୁ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons