ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ । ସମ୍ବଲପୁର ଟାଉନ ଥାନା ମୋଦିପଡା ନିକଟ ଆମ୍ବେକର ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଏଥିରେ ହୀରାକୁଦ କଲୋନୀର ଦୁଇ ଭାଇ ଆଦିତ୍ୟ ସୁନା ଓ ଜୁଗୁ ସୁନା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଭୀମସାରରେ ଭର୍ତ୍ତି କରିଛନ୍ତି ଜ୍ଝ
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଦୁଇ ଭାଇ କୌଣସି କାମ ସାରି ଫେରୁଥିବା ବେଳେ ୫ରୁ୬ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ । ପୂର୍ବର କୌଣସି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଦୁଇଭାଇଙ୍କୁ ଛୁରାମାଡ କରି ଫେରାର୍ ମାରିଥିଲେ । ତେବେ ଗୁରୁତରଙ୍କ ସ୍ତ୍ରୀଙ୍କ ଏତଲା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।


Comments are closed, but trackbacks and pingbacks are open.