‘ପୃଥ୍ୱୀ-୨’ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଣ୍ଟଆଇଟିଣ୍ଟଆର୍ ପକ୍ଷରୁ ବୁଧବାର କରାଯାଇଥିବା କ୍ଷେପଣାସ୍ତ୍ର ‘ପୃଥ୍ୱୀ-୨’ର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି । ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ବେଳେ ଣ୍ଟଆଇଟିଣ୍ଟଆର୍ ୩ ନମ୍ବର ଲଂଚ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଣ୍ଟଆର୍ଡିଓ)ର ରାଡାର୍ ଓ ଇଲେକ୍ଟ୍ରୋ ଣ୍ଟଅପ୍ଟିକାଲ ଟ୍ରାକିଂ ସିଷ୍ଟମ୍ ଦ୍ୱାରା ଓଡ଼ିଶା ଉପକୂଳସ୍ଥ ଟେଲିମେଟ୍ରି ଷ୍ଟେସନ୍ ସହାୟତାରେ ଏହିି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଭୂପୃÂରୁ ଭୂପୃÂକୁ ଉତ୍କ୍ଷେପଣ କରାଯାଇପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି ରହିଛି । ୫୦୦ରୁ ୧୦୦୦ କିଗ୍ରା ଯାଏ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି । ଏହାର ଲମ୍ବ ୯ ମିଟର, ମୋଟେଇ ୧୧୦ସେମି, ଓଜନ ୪.୬ ଟନ୍ ରହିଛି ।
ଏହି କ୍ଷେପଣାସ୍ତ୍ରକୁ ୨୦୦୩ ମସିହାରୁ ଭାରତୀୟ ସେନାରେ ସାମିଲ କରାଯାଇଛି । ତେବେ ଡିଣ୍ଟଆର୍ଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସର କମାଣ୍ଡୋଙ୍କ ପକ୍ଷରୁ ନିୟମିତ ଭାବେ ଏହାର ପରୀକ୍ଷଣ ହୋଇଥାଏ । ଗତବର୍ଷ ନଭେମ୍ବରରେ ଗୋଟିଏ ଦିନରେ କ୍ରମାଗତ ୨ ଥର ସଫଳ ପରୀକ୍ଷଣ କରି ଚାନ୍ଦିପୁର ଣ୍ଟଆଇଟିଣ୍ଟଆର୍ ଇତିହାସ ରଚିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons