ପୃଥ୍ୱୀ-୨ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ

Get real time updates directly on you device, subscribe now.

ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ଆଜି ସଂଧ୍ୟା ସାଢେ ୭ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ହେଉଛି ପୃଥ୍ୱୀ-୨। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ୧ ହଜାର କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ପୃଥ୍ୱୀ-୨ର ରହିଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ଷ୍ଟ୍ରାଟେଜିକ କମାଣ୍ଡ ଫୋର୍ସର ସ୍ୱତନ୍ତ୍ର ଯବାନମାନେ ପରୀକ୍ଷା କରିଥିଲେ। ଏହି ସମୟରେ ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରେ DRDO ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons