ପେଟ୍ରୋଲ ୨.୪୩, ଡିଜେଲ ୨.୫୫ ଟଙ୍କା ମହଙ୍ଗା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲ ଉପରେ ଟଙ୍କାଏ ଲେଖାଏଁ ଉତ୍ପାଦନ ଶୁଳ୍କ ଏବଂ ସଡ଼କ ଓ ଭିତ୍ତିଭୂମି ସେସ୍ ଲାଗୁ କରିଛନ୍ତି । ଅର୍ଥାତ୍ ଉଭୟ ଇନ୍ଧନ ଉପରେ ଲିଟର ପିଛା ୨ ଟଙ୍କା ଲେଖାଏଁ ବୋଝ ବଢ଼ିଛି । ଏହାପରେ ଶନିବାର ସକାଳୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୪୩ ଟଙ୍କା ବୃଦ୍ଧି ଘଟି ୭୧.୯୮ ଟଙ୍କାରେ ପହଞ୍ଚିଛି । ସେହିଭଳି ଡିଜେଲ ଦର ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇ ୭୧.୫୫ ଟଙ୍କା ହୋଇଛି । ଶୁକ୍ରବାର ରାଜଧାନୀରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଯଥାକ୍ରମେ ୬୯.୫୫ ଟଙ୍କା ଓ ୬୯.୦୦ ଟଙ୍କା ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons