ଇଞ୍ଜେକସନ୍କୁ ନେଇ ଏକ ସାଧାରଣ ଭୟ ରହିଛି । ଏଥିରୁ ମୁକ୍ତି ପାଇବା ଲାଗି ଗୁଜରାଟର ବିଭି ପଟେଲ ଫାର୍ମାସୁ୍ୟଟିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଡେଭଲପ୍ମେଣ୍ଟର ବୈଜ୍ଞାନିକମାନେ ଏକ ସୂକ୍ଷ୍ମ ଛୁଞ୍ଚି ବିକାଶ କରିଛନ୍ତି । ଏହା ଯନ୍ତ୍ରଣାଦାୟକ ନୁହେଁ, କିନ୍ତୁ ପାରଶ୍ଛରିକ ଇଞ୍ଜେକସନ୍ ଭଳି କାମ କରିବ । ବୈଜ୍ଞାନିକମାନେ ଏକ ପଟି ପ୍ରସ୍ତୁତ କରିଛନ୍ତି, ଯାହା ଛୋଟ ବ୍ୟଣ୍ଡେଜ୍ ଭଳି ଦେଖାଯାଉଛି । ଏଥିରେ ଏକାଧିକ ସୂକ୍ଷ୍ମ ଛୁଞ୍ଚି ରହିଛି, ଯାହା ଖାଲି ଆଖିକୁ ଦେଖାଯିବ ନାହିଁ । କିନ୍ତୁ ସଫଳତାପୂର୍ବକ ଚର୍ମ ଭିତରେ ରକ୍ତ ବାହିକାରେ ଔଷଧ ପହଞ୍ଚାଇବାରେ ଏହା ସକ୍ଷମ । ଔଷଧ ପ୍ରଦାନ ପରେ ୧୦ ମିନିଟ୍ ମଧ୍ୟରେ ଏହା ଆପଣାଛାଏଁ ନଷ୍ଟ ହୋଇଯିବ । ଏହି ପ୍ରୋଜେକ୍ଟର ମୁଖ୍ୟ ଗବେଷକ ଡା. ଭିରାଲ ଶାହ କହନ୍ତି, ବର୍ତ୍ତମାନ ବ୍ୟବହୃତ ଏକାଧିକ ସୂକ୍ଷ୍ମ ଛୁଞ୍ଚି ଧାତୁନିର୍ମିତ । କିନ୍ତୁ ଆମେ ପଲିମର ଆଧାରିତ ଔଷଧ ପ୍ରଦାନକାରୀ ପଦ୍ଧତି ବିକାଶ କରିଛୁ, ଯାହା କିଛି ମିନିଟ୍ ମଧ୍ୟରେ ଆପଣାଛାଏଁ ନଷ୍ଟ ହୋଇଯିବ । ପାରଶ୍ଛରିକ ଛୁଞ୍ଚି ଭଳି ଜୀବାଣୁ ନାଶ ପ୍ରକ୍ରିୟା କିମ୍ବା ପୁନଃ ବ୍ୟବହାର ସଶ୍ଛର୍କିତ ବିପଦ ଏଥିରେ ନାହିଁ । ଛୋଟ ପିଲା ବା ବୟସ୍କଙ୍କ ନିୟମିତ ଚିକିତ୍ସା, ମଧୁମେହ, କର୍କଟ ଓ ଟିକାକରଣ ଆଦି କ୍ଷେତ୍ରରେ ଏହି ଉଦ୍ଭାବନ ନବଦିଗନ୍ତ ପ୍ରମାଣିତ ହୋଇପାରିବ ବୋଲି ସେ କହନ୍ତି । ପ୍ରଜନନ ମାମଲାରେ ପଶୁ ଶରୀରରେ ଏହି ସୂକ୍ଷ୍ମ ପଟି ସାହାଯ୍ୟରେ ସଫଳତାପୂର୍ବକ ରକ୍ତ ବାହିକାରେ ଇଞ୍ଜେକସନ୍ ପ୍ରଦାନ କରାଯାଇଛି । ଖୁବ୍ଶୀଘ୍ର ମଣିଷ ଉପରେ ଏହାର ପ୍ରୟୋଗ ହେବ ।
Comments are closed, but trackbacks and pingbacks are open.