ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପେସାରେ ଲୁଟେରା । କିନ୍ତୁ ସଉକ ଜୁଆ ଖେଳ । ଏଥିପାଇଁ ନିଜ ଘରେ ଜୁଆ ଆଡ୍ଡା ଜମାଇଥିଲା । ଲୁଟ୍ ଟଙ୍କାରେ ମଦ ମାଂସର ଆସର ଜମୁଥିଲା । ରାତିଯାକ ସେଠି ସ;ାବାଜି ଚାଲୁଥିଲା । ନୂଆପଲ୍ଲୀ ଥାନା ପୁଲିସ ଗତକାଲି ସାଲିଆ ସାହିର ଏକ ଜୁଆ ଆଡ୍ଡାରେ ଚଢ଼ଉ କରି ଏମିତି ଏକ ଜୁଆଡିକୁ କାବୁ କରିଛି । ସେ ହେଲା ସାଲିଆସାହି ସନ୍ତୋଷୀ ନଗରରେ ରହୁଥିବା ଦୁର୍ଦ୍ଧାନ୍ତ ଅପରାଧୀ ସାଲୁ ପାତ୍ର ରେ‡ି(୨୫) । ପୁଲିସ ଆଡ୍ଡାରୁ ସାଲୁ ସହ ୬ଜଣଙ୍କୁ ଗିରଫ କରିଛି । ଆଡ୍ଡାରୁ ପାଞ୍ଚ ମୁଠା ତାସ୍ପତା, ୧୭,୫୦୦ ଟଙ୍କା, ୬ଟି ମୋବାଇଲ ଫୋନ, ୨୨ଟି ବିଅର ବୋତଲ ଜବତ କରିଛି । ସେଠାରୁ ୧୧ଟି ବାଇକ୍, ଗୋଟିଏ ମାରୁତି କାର ଏବଂ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୁଲିସକୁ ମିଳିଛି ।
ପୁଲିସ କହିଛି, ସାଲୁର ପୂର୍ବରୁ ଅନେକ କ୍ରାଇମ୍ ରେକର୍ଡ ଅଛି । ତିନିବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ୧୩ ଲକ୍ଷ ଟଙ୍କା ଡକାୟତି ମାମଲାରେ ସେ ସମ୍ପୃକ୍ତ ଥିଲା । ପରେ ସେ ଫେରାର୍ ହୋଇ ଯାଇଥିଲା । ପୁଲିସ ଖୋଜିବାରୁ ଥାନାରେ ଆତ୍ମସମର୍ପଣ କରିଥିଲା । ଲୁଟ୍ ମାମଲାରେ ସଜ୍ଜା କାଟି ବର୍ଷ ତଳେ ଜେଲ୍ରୁ ଫେରିଥିଲା । ଏହାଛଡ଼ା ତା’ ନାଁରେ ନୂଆପଲ୍ଲୀ ଥାନାରେ ହତ୍ୟା ଉଦ୍ୟମ ଭଳି ମାମଲା ମଧ୍ୟ ରହିଛି ।
ସାଲିଆ ସାହିରେ ରହୁଥିବା ଘରେ ସାଲୁ ଦୀର୍ଘଦିନ ଧରି ଜୁଆ ଖେଳର ଆସର ଜମାଉଥିବା ପୁଲିସ ଖବର ପାଇଥିଲା । ପୂର୍ବରୁ ପୁଲିସ ୨ ଥର ସେଠାକୁ ଯାଇ ଖାଲି ହାତରେ ଫେରିଥିଲା । ସାଲୁର ୨ଜଣ ଚେଲା ପୁଲିସର ଗତିବିଧି ନେଇ ଖବର ଦେଉଥିଲେ । ପୁଲିସ ଚଢ଼ଉ ପୂର୍ବରୁ ସାଲୁ ତା’ ଘରୁ ସବୁ ସଫା କରି ଦେଉଥିଲା । ଗତକାଲି ଚଢଉ ପୂର୍ବରୁ ଥାନା ଅଧିକାରୀ ଶରତ ସାହୁ ନିଜ ଟିମ୍ ସହ ପ୍ରଥମେ ୨ ଚେଲାଙ୍କୁ କାବୁ କରିଥିଲେ । ପୁଲିସ ଟିମ୍ ଘରେ ପଶିବା ବେଳେ ସାଲୁ ଉକ୍ତ ଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା । ପୁଲିସ ସତର୍କତାର ସହ ସାଲୁ ସହ ଅନ୍ୟ ୫ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ବରବାରିର ଶିବ ସେଠୀ(୨୯), ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଗରୁ ମୂର୍ତ୍ତି ସାହୁ(୩୬), ଘାଟିକିଆ ଅଞ୍ଚଳର ବସନ୍ତ କୁମାର ସାହୁ(୩୦), ରଘୁନାଥ ନଗର ଶୁକବିହାର ଅଞ୍ଚଳର କ୍ରିଷ୍ଣା ରେ‡ି(୨୯) ଓ ସାଲିଆ ସାହି ସନ୍ତୋଷୀ ନଗରର ରନôାକର ସେଠୀ(୨୪) ।
Comments are closed, but trackbacks and pingbacks are open.