କେନ୍ଦୁଝର,(ବି.ବି.ନୁ୍ୟଜ୍): ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ । ଆଜି (ଶୁକ୍ରବାର) ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡ଼ିଯାଇଛନ୍ତି । ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି । ନୂଆଖମଣ ଗାଁର ବାଙ୍କସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଥୀ ହୋଇ ଖେଳୁଥିଲେ । ଏହି ସମୟରେ ସେମାନେ ଗାଡ଼ିଆରେ ପଡ଼ି ଯାଇଥିଲେ । ପରିବାର ଲୋକେ ଚାରିଆଡେ଼ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ତେବେ ଦୁଇ ଭାଇ ଗାଡ଼ିଆରେ ପଡିଯାଇଥିବା ସନେ୍ଦହ କରି ସାହିପଡିଶା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୋଖରୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.