ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ୍): ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ମୃତକ ତୁଳସୀପୁର ଗ୍ରାମର ସୁରେଶ ପାହାନଙ୍କ ଦୁଇ ଝିଅ ଖୁସି ପାହାନ(୮) ଓ ପୂଜା ପାହାନ(୧୦) । ଆଜି ସକାଳ ୯ଟାରେ ତୁଳସୀପୁର ଗ୍ରାମର ଦୁଇ ଝିଅ ଖୁସି ଓ ପୂଜା ଘରେ ନଜଣାଇ ଗାଁରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ସେମାନେ ନଫେରିବାରୁ ମାଆ ବ୍ୟସ୍ତ ହୋଇ ଖୋଜାଖାଜି କରିଥିଲେ । ପରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଦୁଇ ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି । ବାପା ସୁରେଶ ପାହାନ ଚେନ୍ନାଇରେ ଦାଦନ ଖଟୁଥିବା ବେଳେ ଗାଁରେ ତିନି ଝିଅଙ୍କ ସହ ମାଆ ରହୁଥିଲେ । ସୁରେଶଙ୍କ ପରିବାର ଅତ୍ୟନ୍ତ ଗରିବ ବୋଲି ଗ୍ରାମବାସୀ କହିଛନ୍ତି । ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ମୃତ ଦୁଇ ଭଉଣୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons