ଛତ୍ରପୁର, (ବି.ବି.ନୁ୍ୟଜ୍): ଛତ୍ରପୁର ପୁଲିସ ଥାନା ବୀରେଶ୍ୱର କଲୋନୀରେ ଘଟିଛି ଅଘଟଣ । ଭାଇ ଭଉଣୀ ପୋଖରୀରେ ବୁଡ଼ି ମୃତୁ୍ୟ ହୋଇଛି । ମୃତକ ଶିବ ମହାପାତ୍ରଙ୍କ ପୁଅ ବାଦଲ(୭) ଓ ଝିଅ ବର୍ଷା(୪) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଆଜି ଅପରାହ୍ନ ୨ଟା ୪୫ରେ କଲୋନୀ ନିକଟ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ ଭାଇଭଉଣୀ । ଏହି ସମୟରେ ଗୋଡ଼ ଖସି ଯାଇଥିଲା । ଉଭୟୋ ପାଣିରେ ବୁଡ଼ି ଯାଇଥିଲେ । ସେମାନେ ନଫେରିବାରୁ ପରିବାର ଲୋକ ପୋଖରୀ ନିକଟକୁ ଯାଇଥିଲେ । କିନ୍ତୁ ପିଲାମାନେ ନଥିବାରୁ ପୋଖରୀରେ ଖୋଜା ଖୋଜି କରିଥିଲେ । ପୋଖରୀରୁ ଛୁଆ ଦୁଇ ଜଣକୁ ଉଦ୍ଧାର କରିଥିଲେ । ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକ । କିନ୍ତୁ ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣା ସମ୍ପର୍କରେ ବାପା ଶିବ ମହାପାତ୍ର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ତଦନ୍ତ ହେଉଥିବା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଛେଦ ପାଇଁ ଡାକ୍ତରଖାନାରେ ରଖାଯାଇଛି । ପରିବାରରେ କାନ୍ଦବୋବାଳି ପଡ଼ିଛି ।


Comments are closed, but trackbacks and pingbacks are open.