କଣ୍ଟାବଣିଆ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କଣ୍ଟାବଣିଆ ଗ୍ରାମର ଭାଇ-ଭଉଣୀ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଜେଜେମା’ଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, କଣ୍ଟାବଣିଆ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ସତ୍ୟବାନ(୧୧) ଓ ସନ୍ତୋଷଙ୍କ ସାନଭାଇ ଦୁଷ୍ମନ୍ତଙ୍କ ଝିଅ ଜ୍ୟୋତିର୍ମୟୀ(୧୦) ଜେଜେମା’ଙ୍କ ସହ ଆଜି ସକାଳେ ନିକଟସ୍ଥ ଇଟାପ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ଗଭୀର ପାଣିକୁ ଯାଇ ପ୍ରଥମେ ଜ୍ୟୋତିର୍ମୟୀ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସତ୍ୟବାନ ମଧ୍ୟ ବୁଡ଼ି ଯାଇଥିଲେ । ଜେଜେମା’ଙ୍କ ଚିକ୍ରାର ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚô ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ଉଭୟଙ୍କୁ ପାଇ ନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚô ଦୁଇ ଘଣ୍ଟାକାଳ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚô ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଭାଇ-ଭଉଣୀଙ୍କ ମୃତୁ୍ୟରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।


Comments are closed, but trackbacks and pingbacks are open.