ପୋଖରୀ ଖୋଳା ବେଳେ ଫୁଟିଲା ବୋମା

Get real time updates directly on you device, subscribe now.

ଆସିକା,(ବି.ବି.ନୁ୍ୟଜ୍): ଏନ୍ଆରଇଜିଏସ୍ କାମ ଚାଲିଥିବା ବେଳେ ଫୁଟିଲା ବୋମା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଉଁଶିଆ ନୂଆପଲ୍ଲୀରେ ଆଜି (ଶନିବାର) ସକାଳୁ ଏପରି ଅଘଟଣ ଘଟିଛି । ବିଲରେ ପୋଖରୀ ଖୋଳା ହେଉଥିବା ବେଳେ ଉକ୍ତ ସମୟରେ ସେଠାରେ ନିୟୋଜିତ ଥିବା ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଛି । କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବିଲରେ କିଏ ଓ କାହିଁକି ବୋମା ଲୁଚାଇ ରଖିଥିଲା, ତାହା ଜଣାପଡିନି । ତେବେ ଏନଆରଇଜିଏସ୍ କାମ ଚାଲୁଥିବା ବେଳେ ଏହାକୁ ବିରୋଧ କରୁଥିବା କିଛି ଲୋକ ହୁଏତ ବୋମା ଲୁଚାଇ ରଖିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons