ପୋଡାଗଡ଼ ପାହାଡ଼ରେ ନିଆଁ

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡାଗଡ ଡ୍ୟାମ ପାଶ୍ୱର୍ ପାହାଡରେ ଲାଗିଛି ନିଅାଁ । ମୂଲ୍ୟବାନ ଗଛ ସହ ବିଭିନ୍ନ ଔଷଧିୟ ଗୁଳ୍ମ ପୋଡି ଛାରଖାର ହେବାରେ ଲାଗିଛି । ବନ୍ୟଜନ୍ତୁ ମଧ୍ୟ ଏହାର ଶିକାର ହେଉଛନ୍ତି । ନିଅାଁ ଲିଭାଇବାକୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବାରୁ କ୍ଷୀପ୍ର ଗତିରେ ଏହା ବ୍ୟାପିବାରେ ଲାଗିଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ପୋଡୁଚାଷ ଉଦେ୍ଧ୍ୟଶରେ ଚାଷୀ ଅବା କୋଇଲା ମାଫିଆମାନେ ଏହି କାଣ୍ଡ କରିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ନିଆଁ ଏତେ ଜୋର୍ ଜଳୁଛି ଯେ ବହୁ ଦୂରକୁ ଏହା ଦୃଶ୍ୟମାନ ହେଉଛି । ଏହି ପାହାଡ ଇନ୍ଦ୍ରାବତୀ ଓ ପୋଡାଗଡ ବନ୍ଧକୁ ସଂଯୋଗ କରୁଛି । ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ବସବାସ କରୁଛନ୍ତି । ମୂଲ୍ୟବାନ ଗଛ ସହ ବିଭିନ୍ନ ଔଷଧିୟ ଗୁଳ୍ମ ରହିଛି । କିଛି ବର୍ଷ ପୂର୍ବେ ଏଠାରେ ହାତୀ ଦେଖିବାକୁ ମିଳିଥିଲା । ଏବେ ନିଆଁ ଲାଗିଥିବାବେଳେ ଲିଭାଇବାକୁ କୌଣସି ଉଦ୍ୟମ କରା ନଯିବା ପରିତାପର ବିଷୟ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଙ୍ଗଲ ନିଆଁ ରୋକିବାକୁ ଉଭୟ ରାଜ୍ୟ ସରକାର ଓ ବନ ବିଭାଗ ପକ୍ଷରୁ ନାନା ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏହି ବ୍ଲକର ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳରେ ଏହାର ପ୍ରଭାବ ଶୂନ ରହିଥିବା ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି । ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପ୍ରତିବର୍ଷ ନୂତନ ଚାରା ରୋପଣ ହେଉଥିବାବେଳେ ଜଙ୍ଗଲ ନିଆଁ ରୋକିବାକୁ ଉଦ୍ୟମ କରା ନଯିବା ଦୁଃଖର ବିଷୟ ବୋଲି ଲୋକେ କହିଛନ୍ତି । ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀ ଏନ ବାବାଜୀ ରାଓଙ୍କୁ ପଚାରିବାରୁ ଆବଶ୍ୟକ ସଚେତନତା ଅଭାବରୁ ଜଙ୍ଗଲରେ ନିଅାଁ ଲାଗୁଥିବା କହିଛନ୍ତି । ତୁରନ୍ତ ନିଆଁ ଲାଗିଥିବା ଅଞ୍ଚଳକୁ କର୍ମଚାରୀଙ୍କୁ ପଠାଯାଇ ଆୟତ୍ତ କରାଯିବ ବୋଲି ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons