ପୋଲାଣ୍ଡ ଓପନ ରେସଲିଂ: ସ୍ୱର୍ଣ୍ଣ ଜିତିଲେ ଭିନେଶ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୋଲାଣ୍ଡର ୱାରସାରେ ଚାଲିଥିବା ରେସଲିଂ ପ୍ରତିଯୋଗିତାରେ ଚମକିଛନ୍ତି ଭାରତର ମହିଳା ତାରକା ଭିନେଶ ଫୋଗଟ । ସେ ୫୩କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଲାଭ କରିଛନ୍ତି । ଫାଇନାଲ୍ରେ ସେ ଆୟୋଜକ ଦେଶର ରୋକସାନାଙ୍କୁ ପରାସ୍ତ କରିଥିଲେ । ଏଥିସହ ଗୋଟିଏ ମାସ ମଧ୍ୟରେ ଭିନେଶ ୫୩କିଲୋ ବର୍ଗରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୂର୍ବରୁ ସେ ସ୍ପେନ୍ ଗ୍ରାଣ୍ଡ ପ୍ରିକ୍ସ ଓ ତୁର୍କୀରେ ଆୟୋଜିତ ୟସାର ଡୋଗୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ସଫଳତା ଲାଭ କରିଥିଲେ ।
୫୩କିଲୋ ବର୍ଗ ଫାଇନାଲ୍ରେ ଭିନେଶଙ୍କ ସାମ୍ନାରେ ଥିଲେ ରୋକସାନା । ଉଭୟ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ । କିନ୍ତୁ ଭିନେଶ ଅଭିଜ୍ଞତାର ଫାଇଦା ଉଠାଇ ୩-୨ରେ ବିଜୟୀ ହୋଇଥିଲେ । ପୂର୍ବରୁ ସେ କ୍ୱାର୍ଟର ଫାଇନାଲ୍ ବାଉଟ୍ରେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସୋଫିୟା ମା;ସନ୍ଙ୍କୁ ପରାଜିତ କରି ବିପର୍ଯ୍ୟୟ ଘଟାଇଥିଲେ । ସ୍ୱର୍ଣ୍ଣ ସଫଳତା ପରେ ଭିନେଶଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons