ଗୋପ,(ବି.ବି.ନୁ୍ୟଜ୍): ରାତି ଅଧରେ ଘରେ ପଶି ଲୋକଙ୍କୁ ହଇରାଣ କରିବା ପୁଲିସକୁ ମହଙ୍ଗା ପଡ଼ିଛି । ପ୍ରତିବାଦରେ ଲୋକେ ୫ଜଣ ପୁଲିସ କର୍ମଚାରୀଙ୍କୁ ଦୀର୍ଘ ୬ ଘଣ୍ଟା କାଳ ଅଟକ ରଖିବା ସହ ଠେଲାପେଲା କରିଛନ୍ତି । ଏପରିକି ଗ୍ରାମବାସୀ ପୁଲିସ କର୍ମଚାରୀଙ୍କୁ ଦଉଡ଼ିରେ ବାନ୍ଧିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ଜଣେ ମହିଳା କନ୍ଷ୍ଟେବଲ ଓ ଗ୍ରାମର ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି । ବରିÂ ପୁଲିସ ଅଧିକାରୀମାନେ ପହଞ୍ଚô ଲୋକଙ୍କ କବଳରୁ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣା ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ଘଟିଛି । ଘଟଣାକୁ ନେଇ ଏବେ ବି ଉତ୍ତେଜନା ଜାରି ରହିଛି ।
ଖବରରୁ ପ୍ରକାଶ ଯେ, ଗୋପ ଥାନା ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତ କୁନ୍ଦୁରା ଗ୍ରାମରେ ମହାବୀରଙ୍କ ମନ୍ଦିର ରହିଛି । ଏହି ମନ୍ଦିର ପରିସରରେ ରହୁଥିବା ଏକ ଷଣ୍ଢ ରେଢ଼ୁଆ ଗ୍ରାମର ଛବିନ୍ଦ୍ର ଭଟ୍ଟଙ୍କ ଘରେ ପଶି କ୍ଷତି ଘଟାଇଥିଲା । ଏହାକୁ ନେଇ କୁନ୍ଦୁରା ଓ ରେଢ଼ୁଆ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ବଢ଼ିବାରୁ ଗୁରୁବାର ଉଭୟ ପକ୍ଷ ଗୋପ ଥାନାକୁ ଆସି ଅଭିଯୋଗ କରିଥିଲେ । ପରେ ଗୋପ ଥାନା ଏଏସ୍ଆଇ ଗଙ୍ଗାଧର ସେଠୀ ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଛବିନ୍ଦ୍ରଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରି ଫେରିଥିଲେ । ସେହିଦିନ ରାତି ପ୍ରାୟ ୨ଟାରେ ଏଏସ୍ଆଇ ଶ୍ରୀ ସେଠୀ, ଏଏସ୍ଆଇ ରାଧାଶ୍ୟାମ ନାୟକ, ଜଣେ ମହିଳା କନଷ୍ଟେବଲ୍, ହୋମଗାର୍ଡ ମିଶି ପ୍ରାୟ ୫ ଜଣ କର୍ମଚାରୀ ରେଢୁଆ ଗ୍ରାମରେ ପହଞ୍ଚô ଗ୍ରାମର ଦିଲୀପ ସ୍ୱାଇଁ ଓ ଅଭିମନୁ୍ୟ ସେଠୀଙ୍କ ଘରେ ପଶିବାକୁ ଚେଷ୍ଟା କରିଥିଲେ । ସେମାନେ ଦିଲୀପଙ୍କ ପାଇଖାନା କବାଟ ଭାଙ୍ଗି ତାଙ୍କ ଘରେ ପଶିଥିଲେ । ପରେ ଛାତ ଉପରକୁ ଯାଇ ଦିଲୀପଙ୍କୁ ଡାକିବା ବଦଳରେ କୁଆଡେ଼ ଘରର ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଦିଲୀପଙ୍କ ପରିବାର ଲୋକେ ଗ୍ରାମବାସୀଙ୍କୁ ଡାକ ପକାଇବାରୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଗ୍ରାମର ପୁରୁଷ, ମହିଳା ଓ ଯୁବକମାନେ ପହଞ୍ଚô ସଂପୃକ୍ତ ପୁଲିସ କର୍ମଚାରୀମାନଙ୍କୁ ଘେରି ଯାଇଥିଲେ । ପରେ ସଂପୃକ୍ତ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଧସ୍ତାଧସ୍ତି ହୋଇଥିଲା । ଉତ୍ତେଜିତ ହୋଇ ଶତାଧିକ ମହିଳା ହାତରେ ଦଉଡ଼ି ଧରି ପୁଲିସ କର୍ମଚାରୀମାନଙ୍କୁ ବାନ୍ଧିବାକୁ ଉଦ୍ୟମ କରିଥିଲେ ।
ଏପଟେ ଗ୍ରାମର ଯୁବକମାନେ ରାସ୍ତାର ଦୁଇ ପାଶ୍ୱର୍ରେ କାଠଗଣ୍ଡି ଓ ଟାୟାର ପକାଇ ଅବରୋଧ କରିଥିଲେ । ଖବର ପାଇ ଶୁକ୍ରବାର ଭୋର୍ରେ ନିମାପଡ଼ା ଏସ୍ଡିପିଓ ପ୍ରଦୀପ କୁମାର ଦଳାଇ, ଗୋପ ଥାନା ଆଇଆଇସି ସୁଧିର କୁମାର ସାହୁ, କୋଣାର୍କ, ରାମଚଣ୍ଡୀ, ଅସ୍ତରଙ୍ଗ, କାକଟପୁର ଓ ନିମାପଡ଼ା ଆଇଆଇସିଙ୍କ ସମେତ ଗୋଟିଏ ପ୍ଲାଟୁନ ଫୋର୍ସ ରେଢ଼ୁଆ ଗ୍ରାମରେ ପହଞ୍ଚôଥିଲେ । ପୁଲିସ ଅଧିକାରୀମାନେ ଗ୍ରାମବାସୀଙ୍କୁ ବୁଝାସୁଝା କରି ଅଟକ କର୍ମଚାରୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିଲେ ।
ଅଟକ ପୁଲିସ କର୍ମଚାରୀଙ୍କ ସୂଚନା ମୁତାବକ ଏକ ଚୋରି ମାମଲାରେ ସଂପୃକ୍ତ ଚୋରକୁ ଧରିବା ନିମନ୍ତେ ସେମାନେ ରାତିଅଧରେ ଗାଁରେ ଚଢ଼ଉ କରିଥିଲେ । ଗ୍ରାମବାସୀ ଏକଜୁଟ ହୋଇ ସେମାନଙ୍କୁ ବାଧା ଦେବା ସହ ଅଟକ ରଖିଥିଲେ । ଅପରପକ୍ଷରେ ରେଢୁଆ ଗ୍ରାମର କେତେକ ମହିଳା ଅଭିଯୋଗ କରିଛନ୍ତି, ପୁଲିସ ଲାଞ୍ଚ ନେଇ ଦିନର ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରି ରାତି ଅଧରେ ଆମ ଘରେ ପଶି ଆମକୁ ଅଶ୍ଳୀଳ ବ୍ୟବହାର କରିଥିଲା । ଯେଉଁଥିପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ସଂପୃକ୍ତ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ସେମାନେ ଗୋପ ପୁଲିସ ବିରୋଧରେ ନାରାବାଜି କରିଥିଲେ । ସଂପୃକ୍ତ ପୁଲିସ କର୍ମଚାରୀମାନେ ରାତି ଅଧରେ କାହା ନିଦେ୍ର୍ଧଶରେ ପାଇଖାନା କବାଟ ଭାଙ୍ଗି ଘରେ ପଶିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଗୋପ ଥାନା ଆଇଆଇସି ଶ୍ରୀ ସାହୁ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଯାହା କିଛି କାର୍ଯ୍ୟାନୁÂାନ ନିଆଯିବ ।
Comments are closed, but trackbacks and pingbacks are open.