ପୋଲିସ ଜାଲରେ ପଡିଲା କୁଖ୍ୟାତ ମାଓନେତା ସୋବରାୟ

Get real time updates directly on you device, subscribe now.

କୋରାପୁଟ :- କରୋନା ମହାମାରୀରେ ସଂକ୍ରମିତ ହୋଇ ଛଟପଟ ହେଉଛି ଲାଲ ବାହିନୀ । ଓଡିଶା, ଛତିଶଗଡ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଅନେକ ମାଓନେତା କରୋନାରେ ସଂକ୍ରମିତ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ପ୍ରଚାରିତ ଖବର ଯେ, ସତ ତାହା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି ।ମାତ୍ର କିଛି ଦିନ ପୂର୍ବରୁ କରୋନା ସଂକ୍ରମଣ କାରଣରୁ ୩ଜଣ ନକ୍ସଲଙ୍କୁ କୋତାଗୁଡେମ୍ ପୋଲିସ ସନ୍ଦିଗ୍ଧ ଅବସ୍ଥାରେ ଗିରଫ କରିଥିଲା । ଆଜି ତେଲେଙ୍ଗାନାରେ ନକ୍ସଲଙ୍କ କମ୍ୟୁନିକେଶନ୍ ଟିମର ମୁଖିଆ ସୋବରାୟକୁ ଗିରଫ କରାଯାଇଛି ।
ଦକ୍ଷିଣ ସବ୍‌-ଜୋନାଲ୍ ବ୍ୟୁରୋ ଟେକ୍ନିକାଲ୍ ଟିମର ମୁଖିଆ ସୋବରାୟ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ୱାରଙ୍ଗଲ ଜିଲ୍ଲାରେ ଯାନବାହାନ ତନଖିରେ ସୋବରାୟକୁ ଗିରଫ କରାଯାଇଥିଲା । ତେବେ ଗିରଫଦାରୀ ପୂର୍ବରୁ କୋତାଗୁଡେମ୍ ଏସ୍‌.ପି, ମାଓନେତା ସୋବରାୟ କରୋନାରେ ସଂକ୍ରମିତ ଥିବା ଖବର ଲୋକଲୋଚନକୁ ଆଣିଥିଲେ । ସୋବରାୟକୁ ବାଦ୍ ଦେଲେ ନକ୍ସଲ କ୍ୟାମ୍ପର ଅନେକ ନେତା କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି

ରିପୋର୍ଟ-ସତ୍ୟନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons