କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ କେନ୍ଦ୍ରାପଡ଼ାରୁ ଫେରିବାର ୨୪ ଘଣ୍ଟା ପୂରିନି, ହଠାତ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡ଼ା । ବୁଧବାର ସକାଳେ ସହର ଉପକଣ୍ଠରେ ବିଚ୍ ରାସ୍ତା ଉପରେ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଔଷଧ ଦୋକାନି ପ୍ରାଣ ହରାଇଥିବା ବେଳେ ଗୁଳିକାଣ୍ଡର କିଛି ଘଣ୍ଟା ପରେ ପୁଲିସ ମାଡ଼ରେ ଜଣେ ମଦ ବେପାରୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି ।
ମୃତ ମଦ ବ୍ୟବସାୟୀ ହେଲେ ଅରଡ଼ପଲ୍ଲୀର ସୁଶାନ୍ତ ବେହେରା ଓରଫ ମଙ୍ଗୁଳି । ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପଟ୍ଟାମୁଣ୍ଡାଇ ଥାନା ଏଏସ୍ଆଇ ପବିତ୍ର କୁମାର ବେହେରା ମଙ୍ଗୁଳିଙ୍କୁ ପିଟିପିଟି ମାରିଦେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଚିନ୍ମୟୀ ବେହେରା । ଏହି ଘଟଣା ଜଣାପଡିବା ପରେ ଆଜି ରାତିରେ ଗ୍ରାମର ଶତାଧିକ ଲୋକ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଦାବି କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ, ଅରଡ଼ପଲ୍ଲୀ ଗ୍ରାମରେ ରହୁଥିବା ସୁଶାନ୍ତ ଓରଫ ମଙ୍ଗୁଳି ଚୋରା ମଦ ବେପାର କରନ୍ତି ଅଞ୍ଚଳରେ । ଯେଉଁଥିଲାଗି କୋର୍ଟ କଚେରି ସହ ତାଙ୍କର ପୁରୁଣା ସମ୍ପର୍କ ଅଛି । ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ମଦ ଧରପଗଡ଼ ଅଭିଯାନକୁ ଜୋର୍ଦାର୍ କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗୁଳିଙ୍କ ପାଖରେ ଯାଇ ହାଜର ହୋଇଥିଲେ ପଟ୍ଟାମୁଣ୍ଡାଇ ଥାନା ଏଏସ୍ଆଇ ଶ୍ରୀ ବେହେରା । ମଂଗୁଳିଙ୍କ ପତ୍ନୀ ଅଭିଯୋଗ କରିଛନ୍ତି କି ବିଭିନ୍ନ ସମୟରେ ଏଏସଆଇ ମଂଗୁଳିଙ୍କଠାରୁ ହାତଗୁଞ୍ଜା ଗ୍ରହଣ କରୁଥିବା ବେଳେ ଆଜି ଦାବି ମୁତାବକ ଟଙ୍କା ମିଳି ନଥିଲା । ଏଏସ୍ଆଇ ଯେତିକି ଅର୍ଥ ଦାବି କରିଥିଲେ ମଂଗୁଳି ତାହା ଦେବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ । ଯେଉଁଥିଲାଗି ତାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର, ଜୁଲମ । ମଙ୍ଗୁଳିଙ୍କ ସହ ଅଶୋକ ବାରିକ ନାମକ ଆଉ ଜଣଙ୍କୁ ଏଏସ୍ଆଇ ଶ୍ରୀ ବେହେରା ଉଠାଇ ଆଣି ବାଟରେ ନିର୍ଯାତନା ଦେଇଥିଲେ । ଥାନାକୁ ଆଣି ହାଜତରେ ପୂରାଇ ନିସ୍ତୁକ ପିଟିଥିଲେ । ପୁଲିସ ମାଡ଼ରେ ମଙ୍ଗୁଳିଙ୍କ ଛାତିରେ ତୀବ୍ର ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ପଟ୍ଟାମୁଣ୍ଡାଇର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିଲେ । ତେବେ ବିସ୍ମୟଜନକ ଭାବେ ପୁଲିସ ତାଙ୍କୁ କେନ୍ଦ୍ରାପଡ଼ାକୁ ନଆଣି ପଟ୍ଟାମୁଣ୍ଡାଇରୁ ସିଧା କଟକ ବଡ଼ ମେଡିକାଲକୁ ନେଇଯାଇଥିଲେ । ଯାହା ସନେ୍ଦହଜନକ ବୋଲି ଚିନ୍ମୟୀ ଦର୍ଶାଇଛନ୍ତି ।
ଏପଟେ ପୁଲିସ ମାଡ଼ରେ ମଙ୍ଗୁଳିଙ୍କ ମୃତୁ୍ୟ ହୋଇଥିବା ଘଟଣାା ପ୍ରଚାରିତ ହେବାପରେ ପଟ୍ଟାମୁଣ୍ଡାଇରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ମଂଗୁଳିଙ୍କ ଗାଁର ଶତାଧିକ ଲୋକଙ୍କ ସମେତ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ଥାନା ଆଗରେ ଧାରଣାରେ ବସିଥିଲେ । ଖବର ପାଇ ଏସ୍ପି ନୀତି ଶେଖରଙ୍କ ନିଦେ୍ର୍ଧଶରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଞ୍ଜନ କୁମାର ଦେ’ ଓ ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ସମେତ ଆଖପାଖ ଥାନାର ଆଇଆଇସି ସ୍ଥିତି ସମ୍ଭାଳିବାର ଉଦ୍ୟମ କରିଥିଲେ । ଅପରପକ୍ଷରେ, ଥାନାରେ ପୁଲିସ ହେପାଜତରେ ମଙ୍ଗୁଳିଙ୍କୁ ଅତ୍ୟାଚାର କରାଯିବା ବା ପିଟିପିଟି ମାରି ଦିଆଯିବା ଅଭିଯୋଗକୁ ଅସ୍ୱୀକାର କରୁଛି ପଟ୍ଟାମୁଣ୍ଡାଇ ପୁଲିସ । ମଙ୍ଗୁଳିଙ୍କୁ ଗିରଫ କରି ଆଣିବା ବେଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା କହିଛନ୍ତି ପଟ୍ଟାମୁଣ୍ଡାଇ ଆଇଆଇସି ଶ୍ରୀ ତ୍ରିପାଠୀ । ଏ ସଂପର୍କରେ ଏସ୍ପି ନୀତି ଶେଖର କହିଛନ୍ତି ଅଭିଯୁକ୍ତ ମଦ ବ୍ୟବସାୟୀଙ୍କର ବାତ ରୋଗ ସମେତ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଥିଲା । ତାଙ୍କୁ ପୁଲିସ ହେପାଜତକୁ ଆଣିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କଟକ ବଡ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ସେଠାରେ ମୃତୁ୍ୟ ଘଟିଛି । ତାଙ୍କ ମୃତଦେହ ଏବେ କଟକ ବଡ ଡାକ୍ତରଖାନାରେ ଅଛି । ଘଟଣାକୁ ନେଇ ପଟ୍ଟାମୁଣ୍ଡାଇରେ ବିଳମ୍ବିତ ରାତିଯାଏ ଉତ୍ତେଜନା ଲାଗିରହିଛି । ପ୍ରକାଶ ଥାଉ କି, ସମ୍ପୃକ୍ତ ଏଏସ୍ଆଇ ଶ୍ରୀ ବେହେରା ପୂର୍ବରୁ ବି ବିଭିନ୍ନ ଘଟଣାରେ ବିବାଦୀୟ ହୋଇ ପଡ଼ିଥିଲେ ।
Comments are closed, but trackbacks and pingbacks are open.