
ଡୁମୁରିପୁଟ,(ବି.ବି.ନୁ୍ୟଜ): ସୁନାବେଡା ପୌର ପରିଷଦ ଓ ତହସିଲ ପକ୍ଷରୁ ପୌରାଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ସରକାରୀ ଜମିରେ ନିର୍ମାଣ ହେଉଥିବା ଗୃହକୁ ଜେସିବି ଲଗାଇ ଭଙ୍ଗାଯିବା ସହ ଜବରଦଖଲ ନ କରିବାକୁ ଲୋକଙ୍କୁ ତାଗିଦ୍ କରାଯାଇଛି । କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଉଚ୍ଛେଦ ସମୟରେ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲା ।
ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲ କରି ଲୋକେ ରାତିରେ କୋଠା ନିର୍ମାଣ କରୁଛନ୍ତି । ବିଶେଷକରି ସୁନାବେଡା ଡିପି କ୍ୟାମ୍ପ, ପୁଲିସ କଲୋନି, କଳାହାଣ୍ଡି କଲୋନି, ଏଇଏଫ କଲୋନି ଓ ହାଉସିଂ ବୋର୍ଡ କଲୋନି ଅଞ୍ଚଳରେ ସରକାରୀ ଜମି ଲୋକଙ୍କ କବ୍ଜାରେ ରହିଛି । ଥରେ ଘର କରିବା ପରେ ପଟ୍ଟା ପ୍ରଦାନ କରାଯାଉଥିବାରୁ ଅଞ୍ଚଳରେ ଧିରେ ଧିରେ ଜବରଦଖଲ ବଢିବାରେ ଲାଗିଛି । ବାରମ୍ବାର ଅଭିଯୋଗ ପରେ ସେମିଳିଗୁଡା ତହସିଲାଦାର ଶରତ ମାଝୀ ଓ ପୌର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ପୁଲିସ ସହାୟତାରେ ପୌର କଲୋନି ନିକଟରେ ନିର୍ମିତ ବେଆଇନ ଗୃହକୁ ଭାଙ୍ଗିଥିଲେ । ସେହିପରି ହାଇସ୍କୁଲ ଛକରେ ନିର୍ମାଣାଧୀନ ଦୋକାନ ଗୃହ, ଡ୍ରାଇଭର କଲୋନିରେ ଥିବା ବେଆଇନ ଗୃହକୁ ଜେସିବିରେ ଭାଙ୍ଗିଥିଲେ । ଉଚ୍ଛେଦ ସମୟରେ ପୌର ଗୋÂୀ ସଂଯୋଜକ ଚିତ୍ତରଞ୍ଜନ ସାହୁ, ତ୍ରିନାଥ ଚୌଧୁରୀ, ପୁଲିସ, ତହସିଲ କର୍ମଚାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.