ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନର ପୌର ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲ୍ଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ନିର୍ବାହୀ ଅଧିକାରୀଙ୍କୁ ବିରୋଧରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ସମ୍ବଲପୁର ଭିଜଲାନ୍ସ କୋର୍ଟରେ ହୋଇଥିଲା । ସମ୍ବଲପୁର ଭିଜିଲ୍ଲାନ୍ସ କୋର୍ଟର ସ୍ୱର୍ଚ୍ଚ ୱାରେଣ୍ଟ ବଳରେ ବୁଧବାର ସକାଳ ୬ଟାରେ ବ୍ରରାଜନଗରତ ପୌର କାର୍ଯ୍ୟାଳୟ, ଝାରସୁଗୁଡ଼ା ସରକାରୀ କ୍ୱାଟର, ଝାରସୁଗୁଡ଼ା ବଢେ଼ଇମୁଣ୍ଡାରେ କିଣିଥିବା ଘର, କୋଲାବିରା ବ୍ଲକର ବେଲମୁଣ୍ଡା ପୈତୃକଘର, ସମାସିଂହାରେ ନିର୍ମାଣାଧୀନ ପେଟ୍ରୋଲ ପମ୍ପ ଓ ସୁନ୍ଦରଗଡ ଜିଲ୍ଲା କାଳୋବାହାଲ ଶ୍ୱଶୂର ଘରରେ ଏକାକାଳୀନ ଚଢ଼ଉ କରାଯାଇଥିଲା । ଏଥିରେ ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର ୪୦ରୁ ଅଧିକ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ । ଏହି ଚଢଉରେ ଦୀଲିପ ପଟେଲଙ୍କ ଘରୁ ନଗଦ ୨୨ ଲକ୍ଷ ୫୧ ହଜାର ୭୧୫ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ଘରକରଣା ସାମଗ୍ରୀର ମୂଲ୍ୟ ୬ଲକ୍ଷ ୨୭ ହଜାର ୮୫ ଟଙ୍କା, ଦୁଇଟି ବାଇକ୍ ଓ ଗୋଟିଏ କାରର ମୂଲ୍ୟ ୧୧ ଲକ୍ଷ ୭୬୪ ଟଙ୍କା, ସୁନା ଅଳଙ୍କାରର ମୂଲ୍ୟ ୨ ଲକ୍ଷ ୫୪ହଜାର ୯୮୪ ଟଙ୍କା, ରୁପା ଅଳଙ୍କାରର ମୂଲ୍ୟ ୩୯ ହଜାର ୩୧ ଟଙ୍କା, ବ୍ୟାଙ୍କ ଡ଼ିପୋଜିଟ ୩୧ ଲକ୍ଷ ୩୯ ହଜାର ୭୭୪ ଟଙ୍କା ୫୦ ପଇସା, ଏଲଆଇସି ପ୍ରିମିୟମ ୧୭ ଲକ୍ଷ ୭୧ ହଜାର ୨୫୮ ଟଙ୍କା ସମେତ ବିଭିନ୍ନ ସ୍ଥାନରେ ୧୫ଟି ପ୍ଲଟ୍ ଯାହାର ମୂଲ୍ୟ ୧କୋଟି ୯୮ଲକ୍ଷ ୮୦ହଜାର ୨୫୦ ଟଙ୍କା ରହିଛି । ଖବର ଲେଖାଯିବା ଯାଏ ଭିଜିଲାନ୍ସ ଚଢ଼ଉ ଜାରି ରହିଥିଲା । ଭିଜିଲାନ୍ସ ଏସ୍ପି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଡ଼ିଏସ୍ପି ପରମେଶ୍ୱର କିସାନ, ପ୍ରଦୀପ ଆଇଣ୍ଡ, ସୁଧାଂଶୁ ଶେଖର ପୂଜାରୀ, ଇଂସ୍ପେକ୍ଟର ମାନସୀ ଜେନା ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ । ନିର୍ବାହୀ ଅଧିକାରୀ ବିଗତ ୪ ବର୍ଷହେବ ବ୍ରଜରାଜନଗର ପୌର ପରିଷଦରେ ଅବସ୍ଥାପିତ ହୋଇଥିଲେ । ଏହା ପୂର୍ବରୁ କୁଚିଣ୍ଡା ଏନଏସିରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟକାରି ଆସିଥିଲେ ।
Comments are closed, but trackbacks and pingbacks are open.