ପ୍ରତିଶ୍ରୁତି ମିଳିଲା, ଧାରଣାରୁ ଓହରିଲେ ବିଏଡ୍ ଛାତ୍ରଛାତ୍ରୀ

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପଢୁଥିବା ପ୍ରଥମ ବର୍ଷ ବିଏଡ୍ ପାଠ୍ୟକ୍ରମର ଶତାଧିକ ଛାତ୍ରଛାତ୍ରୀ ପ୍ରଥମ ବର୍ଷ ପରୀକ୍ଷା ଅନ୍ଲାଇନ୍ ମାଧ୍ୟମରେ କରିବା ଦାବି କରୁଛନ୍ତି । ଏହି ଦାବି ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଧାରଣା ଦେଇଥିଲେ । ଗୁରୁବାରରୁ ଦିନରାତି ଧାରଣା ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା । ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ଶୁକ୍ରବାର ମଧ୍ୟାହ୍ଣରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଧାରଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ସୁଦ୍ଧା ସୁଫଳ ମିଳି ନଥିଲା । ଶେଷରେ ଅପରାହ୍ଣ ପ୍ରାୟ ୫ଟାରେ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି, କୁଳସଚିବ ରଞ୍ଜନ କୁମାର ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ ଧାରଣାରତ ଛାତ୍ରଛାତ୍ରୀଙ୍କୁ ଡକାଇ ଆଲୋଚନା କରିଥଲେ । ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କୁଳସଚିବ ରଞ୍ଜନ କୁମାର ବିଶ୍ୱଳ କହିଛନ୍ତି ଯେ- ଆସନ୍ତା ୧୫ ତାରିଖରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ବିଏଡ୍ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ହେବ ତାହା ପାଳନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons