ପ୍ରତି ଭାରତୀୟଙ୍କୁ ପୁଣି ନୂଆ ନିବେଦନ କଲେ ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଦେଶବାସୀ କରୁଥିବା ଲଢ଼େଇ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ନୂଆ ନିବେଦନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗରିବ ପରିବାରର ଦାୟିତ୍ୱ ନିର୍ବାହ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।ମୋଦି ଟ୍ୱିଟ କରି କହିଛନ୍ତି, କିଛି ଲୋକ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ୫ ମିନିଟ୍ ଛିଡ଼ା ହେବା ଦରକାର ବୋଲି ପ୍ରଚାର କରୁଥିବା ମୋର ଦୃଷ୍ଟିକୁ ଆସିଛି। ହେଲେ ଏହା ଦେଖି ଲାଗୁଛି, କିଛି ଲୋକ ମୋଦିଙ୍କୁ ଅଯଥା ବିବାଦରେ ଫସାଇବା ପାଇଁ ଚକ୍ରାନ୍ତ କରୁଛନ୍ତି।ହେଲେ ଯଦି କେହି ସତରେ କିଛି ଭଲ କାମ କରିବାକୁ ଚାହୁଁଛନ୍ତି, ମୋଦିକୁ ଭଲ ପାଉଛନ୍ତି କିମ୍ବା ସମ୍ମାନିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ମୋର ଗୋଟିଏ ନିବେଦ, ସେମାନେ ଏପରି ନ କରି ବରଂ ଗୋଟିଏ ଗରିବ ପରିବାରର ସବୁ ଦାୟିତ୍ୱ ନିର୍ବାହ କରନ୍ତୁ।କରୋନା ଭାଇରସର ସଙ୍କଟ ଦେଶ ଉପରୁ ନ ଟଳିବା ଯାଏ, ସେମାନେ ଗରିବମାନଙ୍କୁ ସମସ୍ତ ପ୍ରକାରର ସହଯୋଗ କରନ୍ତୁ। ଏହାଠାରୁ ବଡ଼ ସମ୍ମାନ ମୋ ପାଇଁ ଏହାଠାରୁ ଆଉ କିଛି ହୋଇ ନ ପାରେ।”

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons