ପ୍ରଥମ ଦିନରୁ କମ୍ପିଲା ଗୃହ : ଫାରୁକ୍ ଅବଦୁଲ୍ଲା କାହାଁ ହେ ପ୍ରଶ୍ନ କଲେ ବିରୋଧୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ରାଜ୍ୟସଭା ଓ ଲୋକସଭାରେ ନିକଟରେ ପରଲୋକଗତ ଦିବଙ୍ଗତ ସାଂସଦ ଅରୁଣ ଜେଟଲି, ସୁଷମା ସ୍ବରାଜ, ରାମ ଜେଠାମାଳିନିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମ ଦିନରୁ ସଂସଦରେ ଦେଖିବାକୁ ମିଳିଛି ତାତି। ଫାରୁକ ଅବଦୁଲ୍ଲା କାହାଁ ହେ ଓ ନ୍ୟାସନାଲ କନଫରେନ୍ସ ନେତାଙ୍କ ନାରାବାଜିରେ କମ୍ପିଥିଲା ଗୃହ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଗାନ୍ଧି ପରିବାରଠାରୁ ଝଚଏ ହଟାଇ ଦିଆଯିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା ଅଧୀନ ରଞ୍ଜନ ଚୌଧୁରୀ। ମହାରାଷ୍ଟ୍ରର ଚାଷୀଙ୍କ ପ୍ରସଙ୍ଗରେ କକ୍ଷ ତ୍ୟାଗ କରିଥିଲା ଶିବସେନା। ଶୀତ ଅଧିବେଶନର ପ୍ରଥମ ଦିନ ପ୍ରଥମ ଦିନରୁ ଉଭୟ ଗୃହରେ ତାତି ଫାରୁକ ଅବଦୁଲ୍ଲାଙ୍କ ଅନୁପସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନ କରିଥିଲେ। ଶିବସେନା ବିରୋଧୀ ଦଳ ଆସନରେ ବସିଲା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଉଠିଲା ପ୍ରଶ୍ନ।
ପ୍ରଶ୍ନକାଳ ଆରମ୍ଭ ମାତ୍ରକେ କଂଗ୍ରେସର ପାଖାପାଖି ୩୦ ଜଣ ସାଂସଦ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। କଂଗ୍ରେସ ପ୍ରଥମେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। କଂଗ୍ରେସ ନେତାଙ୍କ ସହ ନ୍ୟାସନାଲ କନଫରେନ୍ସ ନେତା ସ୍ବର ମିଳାଇଥିଲେ। ଫାରୁକ ଅବଦୁଲ୍ଲା କାହାଁ ହେ ନାରାବାଜିରେ କମ୍ପିଥିଲା ଗୃହ। ୧୦୬ ଦିନ ହୋଇଗଲାଣି, କାହିଁକି ଗୃହରେ ଫାରୁକ ଅବଦୁଲ୍ଲା ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଫାରୁକ ଅବଦୁଲ୍ଲାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି। ଲୋକସଭାର ଶୀତକାଳୀନ ଅଧିବେଶନରେ ଯୋଗଦେବା ପାଇଁ ତାଙ୍କର ସାମ୍ବିଧାନିକ ଅଧିକାର ରହିଛି ବୋଲି ଅଧୀର ଦାବି କରିଛନ୍ତି। କଂଗ୍ରେସ ସାଂସଦମାନେ କାଶ୍ମୀର ଯିବା ପାଇଁ ଚାହିଁଥିବା ବେଳେ ସରକାର ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ୟୁରୋପର ସାଂସଦମାନଙ୍କୁ ଆତିଥ୍ୟ ଦେଇ କାଶ୍ମୀର ଗସ୍ତ ପାଇଁ ଅନୁମତି ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ।
ଏହି ପ୍ରସଙ୍ଗରେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ ସ କକ୍ଷତ୍ୟାଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଗାନ୍ଧି ପରିବାରଠୁ ଝଚଏ ହଟାଯିବା ନେଇ ସରକାରଙ୍କ ଉପରେ ବର୍ଷିଥିଲେ ଅଧୀର। ସେପଟେ ବିଜେପିର ହାତ ଛାଡି ବିରୋଧୀ ଦଳ ଆସନରେ ବସିଥିବା ଶିବସେନା ମହାରାଷ୍ଟ୍ରରେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ୟ୍ୟୟ ଘୋଷଣା କରିବାକୁ ଦାବି କରିଥିଲା । ଦେଶର ଅର୍ଥନୈତି ସ୍ଥିତିକୁ ନେଇ ଆମ ଆଦମି ପାର୍ଟି ସାଂସଦ ମଧ୍ୟ ପ୍ରଶ୍ନ କରିଥିଲେ। ତୃଣମୁଳ କଂଗ୍ରେସ ମଧ୍ୟ ଦେଶର ବେକାରୀ, ଦରବୃଦ୍ଧି ଓ ଆର୍ଥିକ ମାନ୍ଦାବସ୍ଥା ନେଇ ପ୍ରଶ୍ନ ଉତ୍ଥାପନ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons