ପ୍ରଥମ ଦିନିକିଆ ଜିତିଲା ଶ୍ରୀଲଙ୍କା:ମାଲିଙ୍ଗାଙ୍କୁ ୩ ୱିକେଟ୍

Get real time updates directly on you device, subscribe now.

କଲମ୍ବୋ: ଘରୋଇ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କା ୯୧ ରନ୍ରେ ବିଜୟ ହାସଲ କରିଛି । ପ୍ରସିଦ୍ଧ ପେସ୍ ବୋଲର ଲସିଥ୍ ମାଲିଙ୍ଗାଙ୍କ କ୍ୟାରିୟର୍ର ଏହା ଶେଷ ମ୍ୟାଚ୍ ରହିଥିଲା । ଅବସର ନେଇଥିଲେ ହେଁ ମାଲିଙ୍ଗାଙ୍କ ଦକ୍ଷତା ଓ ପ୍ରଦର୍ଶନରେ କୌଣସି ଅବନତି ଦେଖିବାକୁ ମିଳି ନଥିଲା । ମାତ୍ର ୩୮ ରନ୍ ପ୍ରଦାନ କରି ସେ ୩ଟି ୱିକେଟ୍ ଅକ୍ତିଆର କରିବା ସହ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶତକ ଅର୍ଜନ କରିଥିବା କୁଶଲ ପେରେରା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୮ ୱିକେଟ୍ ବିନିମୟରେ ୩୧୪ ରନ୍ କରିଥିଲା । ପେରେରା ୯୯ଟି ବଲ୍ରୁ ୧୭ଟି ଚୌକା ଓ ଗୋଟିଏ ଛକା ବଳରେ ୧୧୧ ରନ୍ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁଶଲ ମେଣ୍ଡିସ ୪୩, ଆଞ୍ଜେଲୋ ମାଥ୍ୟୁସ୍ ୪୮ ଓ ଦାମୁଥ୍ କରୁଣାରତ୍ନେ ୩୬ ରନ୍ କରିଥିଲେ । ବାଂଲାଦେଶ ପକ୍ଷରୁ ସୈଫୁଲ ଇସଲାମ ୩ଟି ଓ ମୁସ୍ତାଫିଜୁର ରେହମାନ ୨ଟି ୱିକେଟ୍ ନେଇଥିଲେ । ଜବାବରେ ବାଂଲାଦେଶ ୪୧.୪ ଓଭରରେ ୨୨୩ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପକ୍ଷରୁ ମୁସଫିକର ରହିମ ୬୭ ଓ ସବିର ରେହମାନ ୬୦ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ଓ ନୂଆନ ପ୍ରଦୀପ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons