ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ବତୀୟ ଥର ପାଇଁ ବିବାହ କରିଥିଲେ ବଲିଉଡର ଏହି ସବୁ ଅଭିନେତା

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡରେ ବିବାହ ଓ ବିଚ୍ଛେଦ ଏକ ସାଧାରଣ କଥା। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ। ବଲିଉଡରେ ଅନେକ ଯୋଡି ବିବାହ ବନ୍ଧନରେ ବାନ୍ଧିହେବା ସହ ଅନେକ ପରସ୍ପରଙ୍କଠାରୁ ଅଲଗା ମଧ୍ୟ ହୋଇଛନ୍ତି। ତେବେ ଆଜି ଏମିତି କିଛି ଅଭିନେତାଙ୍କ ବିଷୟରେ ଜାଣନ୍ତୁ ଯେଉଁମାନଙ୍କର ପ୍ରଥମ ପତ୍ନୀ ସୁନ୍ଦର ହେବା ସତ୍ତ୍ବେ ସେମାନେ ଦ୍ବୀତିୟ ଥର ବିବାହ କରିଥିଲେ।
ସଞ୍ଜୟ ଦତ୍ତ- ବଲିଉଡର ପ୍ରତିଷ୍ଠିତ କଳାକାର ସଞ୍ଜୟ ଦତ୍ତ ଅଧିକାଂଶ ସମୟରେ ନିଜ ବ୍ୟକ୍ତିଗତ ଜୀବନ ନେଇ ଚର୍ଚ୍ଚାରେ ରୁହନ୍ତି। ସଞ୍ଜୟଙ୍କର ତୃତୀୟ ପତ୍ନୀ ହେଉଛନ୍ତି ମାନ୍ୟତା ।
ସଞ୍ଜୟ ଓ ମାନ୍ୟତା ଅଧିକାଂଶ ସମୟ ନିଜ ସମ୍ପର୍କକୁ ନେଇ ଲାଇମ୍‌ଲାଇଟ୍‌ରେ ରୁହନ୍ତି। ସଞ୍ଜୟଙ୍କ ପ୍ରଥମ ପତ୍ନୀ ରୀଚା ଶର୍ମା ବହୁତ ସୁନ୍ଦର ଥିଲେ। ଉଭୟଙ୍କ ବିବାହର କିଛି ବର୍ଷ ପରେ ରୋଗରେ ଆକ୍ରାନ୍ତ ହୋଇ ରୀଚାଙ୍କ ମୃତ୍ୟୁ ହୋଇଥିଲା।
ଫରହାନ ଅଖତର- ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘଦିନ ହେଲା ଲିଭ୍‌-ଇନ୍‌ ରିଲେସନଶିପରେ ଅଛନ୍ତି। ଏହି କାରଣ ଯୋଗୁଁ ଉଭୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଫରହାନଙ୍କ ପ୍ରଥମ ପତ୍ନୀ ଅଧୂନା ଜଣେ ହେୟାର ଷ୍ଟାଇଲିଷ୍ଟ । ଅଧୂନା ଦେଖିବାକୁ ବହୁତ ସୁନ୍ଦର। ହେଲେ ଏବେ ଅଧୂନା ଓ ଫରହାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ଏବେ ଫରହାନ ପ୍ରେମିକା ଶିବାନୀଙ୍କ ସହ ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି।
ଆମୀର ଖାନ- ବଲିଉଡର ମିଷ୍ଟର ପର୍ଫେକ୍‌ସନିଷ୍ଟ ଆମୀର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଲଭ ମ୍ୟାରେଜ୍‌ ହେବା ସତ୍ତ୍ବେ ଏବେ ଦୁହେଁ ଏକା ସହ ନାହାନ୍ତି।
ମିଥୁନ ଚକ୍ରବର୍ତ୍ତୀ- ମିଥୁନଙ୍କ ପ୍ରଥମ ପତ୍ନୀ ଶ୍ରୀଦେବୀ ଥିଲେ। ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀଦେବୀ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons