ନବରଙ୍ଗପୁର, (ବି.ବି.ନୁ୍ୟଜ୍): କୋଷାଗୁମଡା ଗୁମଣ୍ଡଲି ନାବାଳିକା ଗଣବଳକ୍ରାର ଓ ହତ୍ୟା ଘଟଣାରେ କଂଗ୍ରେସର ଜିଲ୍ଲା ବନ୍ଦ ବେଳେ ପ୍ରଦୀପଙ୍କ ବିବାଦୀୟ ମନ୍ତବ୍ୟ ମହଙ୍ଗା ପଡିଲା । ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସମେତ ୨୦ଜଣଙ୍କ ନାଁରେ ନବରଙ୍ଗପୁର ପୁଲିସ ମାମଲା କରିଛି । ଗୋଟିଏ କି ଦୁଇଟି ଦଫା ନୁହେଁ ୮ଟି ଦଫା ଲଗାଯାଇଛି । ଥାନା କେସନମ୍ବର ୩୧୦/୧୯ରେ ମାମଲା ରୁଜୁ କରାଯାଇଛି । ଧାରା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ଡି, ୩ ପିଡିପିପି ଆକ୍ଟ ଲଗାଯାଇଛି । ଭିଡିଓ ଫୁଟେଜ୍ ଦେଖି ପୁଲିସ ମାମଲା ରୁଜୁ କରିଥିବା କହିଛି ।
ସୂଚନାଯୋଗ୍ୟ ଯେ, ଗୁମଣ୍ଡଲି ନାବାଳିକା ଗଣବଳକ୍ରାର ଓ ହତ୍ୟା ଘଟଣାକୁ ନେଇ ଗୁରୁବାର କଂଗ୍ରେସର ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା । ଚାଉଁରିଆଗୁଡା ନିକଟ ୨୬ ନଂ ଜାତୀୟ ରାଜପଥ ନିକଟରେ ଶତାଧିକ ଟ୍ରକ୍ ବସ ଅଟକି ରହିଥିଲା । ପୁଲିସ ସେଠାରେ ପହଞ୍ଚି ଯାନବାହାନଗୁଡିକୁ ଛାଡି ଦେଇଥିଲା । ଏହା ଜାଣିପାରି ଘଟଣାସ୍ଥଳରେ ପୂର୍ବତନ ସାଂଦସ ଶ୍ରୀ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଭାଷଣ ଦେଇ ଲୋକଙ୍କୁ ପୋଟ୍ରୋଲ, ଡିଜେଲ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ତାଙ୍କ ନିଦେ୍ର୍ଧଶ ପାଇବା ପରେ ନିଅାଁ ଜାଳିଦେବ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଗୁରୁବାର ରାଜ୍ୟ ରାଜନୀତି ସରଗରମ ହୋଇପଡିଥିଲା । ଏହାକୁ ନେଇ ପ୍ରଦୀପ କହିଛନ୍ତି ଯେ, ପୀଡିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ଶାନ୍ତିରେ ଆନେ୍ଦାଳନ କରୁଥିଲା । କିନ୍ତୁ ବିଜେଡି ସରକାର ପୁଲିସ ପଠାଇ ଆନେ୍ଦାଳନକୁ ଦମନ କରିବାକୁ ଚାପ ପକାଇଥିଲେ । କୁନ୍ଦିଲି ଘଟଣା ଭଳି ମାମଲାକୁ ରଫାଦଫା କରିବାକୁ ପୁଲିସ ଚକ୍ରାନ୍ତ ଚଲାଇଛି । ପୁଲିସ ଏହି ଘଟଣାରେ ତାଙ୍କ ବିରୋଧରେ ଯେତେ ଦଫା ଲଗାଇଲେ ବି ସେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି । କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ କହିଛନ୍ତି ଯେ, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡାଇ ଦେବାକୁ ରାଜ୍ୟସରକାର ଆଉ ଏକ ପ୍ରସଙ୍ଗ ରଚିଛନ୍ତି ।
Comments are closed, but trackbacks and pingbacks are open.