
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ପାଷ୍ଟର ସଙ୍ଘ କର୍ମକର୍ତ୍ତା ନିର୍ବାଚନ ଅନୁÂିତ ହୋଇଯାଇଛି । ସଭାପତିଭାବେ ପ୍ରଦୀପ କୁମାର ନନ୍ଦ, ଉପସଭାପତି ଏନ.କେ ଖସଲା, ସାଧାରଣ ସମ୍ପାଦକ ଖ୍ରୀଷ୍ଟଦାନ ନାଗ ମନୋନୀତ ହୋଇଛନ୍ତି । ସହସଂପାଦକ ଗାବ୍ରିଏଲ ସେନାପତି, କୋଷାଧ୍ୟକ୍ଷ ସାମୁଏଲ ଲିମା, କାର୍ଯ୍ୟକ୍ରମ ସଂପାଦକ ତେଜବିନ ନାଏକଙ୍କୁ ଚୟନ କରାଯାଇଛି ।
ସୂଚନା ଅନୁସାରେ, ମାଝିଗୁଡାସ୍ଥିତ ବେଥେଲ କ୍ୟାମ୍ପସ୍ଠାରେ ଏହାର ଆୟୋଜନ କରାଯାଇଥିଲା । ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ତାଲିମ ସଂପାଦକ ସଞ୍ଜିବ ମନବୋଧ, ମିଶନ ଏବଂ ଇଭାଜିଲିୟମ ସଂପାଦକ ଦିବାକର ଚେଟ୍ଟୀ, ଲିଟରେଚର ସଂପାଦକ ସୁବାସ ରନ୍ଧାରୀ, ଲୋକସଂପର୍କ ସଂପାଦକ ସରୋଜ କୁମାର କର୍କରା, ରିଲିଫ୍ ସଂପାଦକ ତେଜମୟୀ ଦାଣ୍ଡିଆ ମନୋନୀତ ହୋଇଛନ୍ତି । ପରିସଂଖ୍ୟାନ ସଂପାଦକ କେଶବ ମୂର୍ତ୍ତି, ଯୁବ ସଂପାଦକ ବାବୁଲା ପରିଚ୍ଛା, ସାମଜିକ ସାଂଗଠନିକ ସଂପାଦକ ସୁଜିତ ବାଘ, କମୁ୍ୟନିକେସନ୍ ସେକ୍ରଟାରୀ ଭୁବନ କତ୍ସ୍ୟପ, ଉପଦେଷ୍ଟା ମୋହନ ଦାସ, ପିଟର ଖୁରା ଓ ଜୟ କୁ;ି ପ୍ରମୁଖଙ୍କୁ ଚୟନ କରାଯାଇଛି ।


Comments are closed, but trackbacks and pingbacks are open.