ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ନିବେଦନ: ଜନତା କର୍ଫ୍ୟୁ ପରେ ଅତି ଜରୁରୀ ନହେଲେ ବାହାରକୁ ବାହାରନ୍ତୁ ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ : ଦେଶରେ ବ୍ୟାପୁଥିବା କରୋନା ଭାଇରସକୁ ଦୃଷ୍ଟିରେ ରଖି ରବିବାର ପୂରା ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଜନତା କର୍ଫ୍ୟୁକୁ ପୂରା ସମର୍ଥନ ଦେଇ ଏହାର ପାଳନ ମଧ୍ୟ କରିଛନ୍ତି। ଅନେକ ରାଜ୍ୟ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏଥିରେ ମହାରାଷ୍ଟ୍ର, କେରଳ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ପଞ୍ଜାବ, ଦିଲ୍ଲୀ, ନାଗାଲାଣ୍ଡ ଓ ରାଜସ୍ଥାନ ରାଜ୍ୟ ସାମିଲ। କେନ୍ଦ୍ର ସରକାର ୭୫ ଜିଲ୍ଲାକୁ ଲକ ଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ମହାରାଷ୍ଟ୍ରର ୧୧ ଜିଲ୍ଲା ଓ କେରଳର ୧୦ ଜିଲ୍ଲା ସାମିଲ।
ଜନତା କର୍ଫ୍ୟୁ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ଥିଲା। ହେଲେ କିଛି ରାଜ୍ୟ ଅବଧି ବଢାଇ ସୋମବାର ସକାଳ ୬ଟା ପର‌୍ୟ୍ୟନ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି ଯେ, ଜନତା କର୍ଫ୍ୟୁ ଆଜି ରାତି ୯ଟାରେ ଶେଷ ହୋଇଥିଲେ ମଧ୍ୟ ଏହାର ଅର୍ଥ ଏହା ନୁହେଁ ଯେ ଆମେ ଉତ୍ସବ ପାଳନ କରିବା। ଏହାକୁ ସଫଳତା ମାନନ୍ତୁ ନାହିଁ। ଏହା ଏକ ଲମ୍ବା ଲଢେଇର ଆରମ୍ଭ ମାତ୍ର। ଆଜି ଦେଶବାସୀ ଜଣାଇ ଦେଇଛନ୍ତି ଯେ, ଆମେ ସକ୍ଷମ ଅଟୁ। ନିର୍ଣ୍ଣୟ ନେଲେ ବଡ ଚ୍ୟାଲେଞ୍ଜକୁ ମଧ୍ୟ ଏକ ହୋଇ ହରାଇ ପାରିବୁ।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ନିର୍ଦ୍ଦେଶକୁ ପାଳନ କରନ୍ତୁ। ଯେଉଁ ଜିଲ୍ଲାରେ ଓ ରାଜ୍ୟରେ ଲକ ଡାଉନ୍ ଘୋଷଣା ହୋଇଛି ସେଠାକାର ଜନତା କଦାପି ବାହାରକୁ ବାହାରନ୍ତୁ ନାହିଁ। ଏହା ବ୍ୟତୀତ ବାକି ଅଞ୍ଚଳରେ ମଧ୍ୟ ଯେ ଯାଏ ଜରୁରୀ ନପଡିଛି, ସେ ପର୍ୟ୍ୟନ୍ତ ଘରୁ ବାହାରନ୍ତୁ ନାହିଁ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ରବିବାର ସନ୍ଧ୍ୟା ୫ଟାରେ ଲୋକେ ନିଜର ଛାତ ଓ ବାଲକୋନୀକୁ ଆସି କରୋନା ବିରୋଧରେ ଲଢେଇ କରୁଥିବା ବ୍ୟକ୍ତିଙ୍କ ସମର୍ଥନରେ ତାଳି, ଥାଳି, ଘଣ୍ଟି ଓ ଶଙ୍ଖ ବଜାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖଛନ୍ତି ଯେ କରୋନା ଭାଇରସର ଲଢେଇ ପାଇଁ ନେତୃତ୍ଵ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ଏକ ମନ ହୋଇ ଧନ୍ୟବାଦ ଅର୍ପଣ କରିଛନ୍ତି। ଦେଶବାସୀଙ୍କୁ ବହୁତ ବହୁତ ଧନ୍ୟବାଦ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons