ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଶାରଦା ପ୍ରଧାନ ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି ।ବିଜେପି ଆଜି ସମ୍ବାଦିକ ସମ୍ମିଳନୀରେ କହିଛି ଯେ, ଦାଉଦ୍ ପୁରରେ ସମୁଦାୟ ପରିବାର ଯେତିକି ତା ଠାରୁ ଅଧିକ ପରିବାରକୁ ଦିଆଯାଇଛି ଘର। ପରିବାର ସଂଖ୍ୟା ୧୨୦୮। ୨୦୧୧ ସାମାଜିକ- ଅର୍ଥନୈତିକ ସର୍ଭେ ଅନୁସାରେ ୭୬୮ ଯୋଗ୍ୟ ହିତାଧିକାରୀ। କିନ୍ତୁ ୨୦୧୮-୧୯ ସୁଦ୍ଧା ବିଭିନ୍ନ ଆବାସ ଯୋଜନାରେ ଘର ପାଇଛନ୍ତି ୧୪୨୧ ପରିବାର। ପୁଣି ୨୧୨ ପରିବାର କୁ ଘର ଦେବାକୁ ଚିହ୍ନଟ କରିଛନ୍ତି।
ସେହିଭଳି ଯମଡା ପଞ୍ଚାୟତର ଚିହ୍ନଟ ୨୨୬ ପରିବାର ଭିତରୁ ୧୬୬ ଅଯୋଗ୍ୟ ଥିବା ଅଭିଯୋଗ। ପରିବାର ର ଏକାଧିକ ଲୋକଙ୍କ ସହ ସମିତି ସଭ୍ୟ ବି ଅଛନ୍ତି।ବିଜେପି ନେତା ଶାରଦା ପ୍ରଧାନ ଏହି ଅଭିଯୋଗ ଆଣିଛନ୍ତି ।ମାହାଙ୍ଗା ବ୍ଲକ ମଉଦା ପଞ୍ଚାୟତ ରେ ୨୦୧୮-୧୯ରେ ଅଯୋଗ୍ୟ ୧୫ ପରିବାର ୧୯-୨୦ରେ ଯୋଗ୍ୟ ହେଲେ କେମିତି? ବୋଲି ସେ ପ୍ରଶ୍ନ କରିଛନ୍ତି ।
ଫନି ପରେ ୧୯ ଜୁଲାଇ ରେ ୩ ଲକ୍ଷ ୮୯ହଜାର ଲୋକଙ୍କୁ ପକ୍କା ଘର ଦେବାକୁ ରାଜ୍ୟ ସରକାର କେନ୍ଦ୍ର କୁ ଚିଠି ଲେଖିଥିଲେ। ୧୪ଅକ୍ଟୋଵର ଲେଖିଲେ ୧୨ ଲକ୍ଷ ୭୫ହଜାର ଲୋକଙ୍କୁ ଘର ଦିଅ। ବିଜେଡ଼ି କର୍ମୀ ଓ ଦଲାଲଙ୍କୁ ଘର ଦେବାକୁ ସଂଖ୍ୟା ବଢାଇଲେ। ୧୦ଲକ୍ଷ ଅଯୋଗ୍ୟ ଙ୍କୁ ଆଵାସ ଯୋଜନାରେ ସାମିଲ କରିଛନ୍ତି ସରକାର ବୋଲି ବିଜେପି ନେତା ଗୋଲକ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ଏହି ଦୁର୍ନୀତି ସମ୍ପର୍କରେ ସମଗ୍ର ରାଜ୍ୟରେ ତଦନ୍ତ ହେଉବୋଲି ମଧ୍ୟ ବିଜେପି ଦାବି କରିଛି ।
Comments are closed, but trackbacks and pingbacks are open.