ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ସାମିଲ ହେବ ରାଜ୍ୟ ସରକାରଙ୍କ କାଳିଆ ଯୋଜନା

Get real time updates directly on you device, subscribe now.

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନାରେ ମିଶିବ ରାଜ୍ୟ ସରକାରଙ୍କ କାଳିଆ ଯୋଜନା। ଏ ନେଇ ରାଜ୍ୟ କୃଷି ବିଭାଗ କେନ୍ଦ୍ର ସହିତ ଆଲୋଚନା ଆଗକୁ ବଢ଼ାଇଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା ଆର୍ଥିକ ବର୍ଷରୁ ଏହି ଦୁଇ ଯୋଜନାର ମିଶ୍ରଣ ହେବ। ପିଏମ କିଶାନ ଏବଂ କାଳିଆ ଯୋଜନା ମିଶିଲେ, ହିତାଧିକାରୀ ଚାଷୀ ପିଏମ କିଶାନରୁ ବର୍ଷକୁ ୬ ହଜାର ଟଙ୍କା ଏବଂ କାଳିଆରୁ ବର୍ଷକୁ ୪ ହଜାର ଟଙ୍କା ।
ଏମିତି ୧୦ ହଜାର ଟଙ୍କା ପାଇବେ ହିତାଧିକାରୀ। ଯେଉଁ ହିତାଧିକାରୀ ପିଏମ କିଶାନ ତାଲିକାରେ ନ ଥିବେ, ସେମାନଙ୍କ ଦାୟିତ୍ବ ବୁଝିବେ ରାଜ୍ୟ ସରକାର। କିନ୍ତୁ ଯେଉଁ ଚାଷୀମାନଙ୍କର ତାଲିକା ପିଏମ କିଶାନ ଏବଂ କାଳିଆ ଯୋଜନାରେ ଅଛି ସେମାନେ ୧୦ ହଜାର ଟଙ୍କା ପାଇବେ। ପୂର୍ବରୁ ଏନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons