ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଖସଡ଼ା ପ୍ରସ୍ତୁତ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଦୀର୍ଘ ଦିନ ବ୍ୟବଧାନରେ ଆଜି ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁÂିତ ହୋଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବାକୁ ଉପସ୍ଥିତ ସଦସ୍ୟଙ୍କ ମତ ଲୋଡ଼ା ଯାଇଥିଲା । ବୈଠକରେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଉତ୍ତମ ପ୍ରଦର୍ଶନ ଯୋଗୁଁ କେନ୍ଦ୍ର ସରକାର ପ୍ରଶଂସା କରିଥିଲେ । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୨୫୦ ଜନସଂଖ୍ୟା ଏବଂ ତଦୁଦ୍ଧ୍ୱର୍ ଗ୍ରାମକୁ ସଂଯୋଗ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ୩୧୩,୯୯୪ କିଲୋମିଟର ରାସ୍ତା ଉନ୍ନତୀକରଣ ହୋଇଛି । କିନ୍ତୁ ବର୍ତ୍ତମାନ ଏନ୍ଆର୍ଆଇଡିଏ ଗାଇଡଲାଇନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ଗ୍ରାମ୍ୟ ମୁଖ୍ୟ ରାସ୍ତା ଥ୍ରି ରୁଟ୍ ଏବଂ ପ୍ରମୁଖ ଗ୍ରାମ ସଂଯୋଗ (ଏମ୍ଆର୍ଏଲ୍)ର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ କାର୍ଯ୍ୟ ହେବ । ଏହି ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ ଉଦ୍ଧିଷ୍ଟ ସଂସ୍ଥା ଓ ଅନୁÂାନକୁ ପ୍ରାଧାନ୍ୟ ଦିଆଯିବ । ଏଥିରେ କୃଷି ଭିତ୍ତିକ ଗ୍ରାମ୍ୟ ବଜାର, ସାପ୍ତାହିକ ହାଟ, ଶିକ୍ଷାନୁÂାନ (ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିଳ୍ପ ତାଲିମ ଅନୁÂାନ), ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଶୁ ଚିକିତ୍ସାଳୟର ସଂଯୋଗୀକରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।
ପୂର୍ବରୁ ନିର୍ମାଣ ହୋଇଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତୀକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା ବା ଅନୁÂାନ ମୁଖ୍ୟ ବଜାର, ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁÂାନ, ବସ୍ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରିବା ପାଇଁ ଆବଶ୍ୟକ ପଡୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିବ । ପ୍ରତି ବ୍ଲକ୍ ପାଇଁ ୩୦ କିମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ରହିିବ । ଅଧିକ ବ୍ୟବହାର ଯୋଗ୍ୟ ରାସ୍ତାକୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ କାର୍ଯ୍ୟ ହେବ । ଏନେଇ ଜନ ପ୍ରତିନିଧିଙ୍କ ମତ ଲୋଡାଯାଇଥିଲା । ସମସ୍ତ ସଦସ୍ୟଙ୍କୁ ତାଲିକା ପ୍ରଦାନ କରାଯାଇଛି ।
ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଚିକିଟି ବିଧାୟିକା ଉଷାଦେବୀ, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ତୃତୀୟ ପର୍ଯ୍ୟାୟରେ ରାସ୍ତା ନିର୍ମାଣ ପ୍ରସ୍ତାବକୁ ଗ୍ରହଣ କରି ତାଲିକା ପ୍ରସ୍ତୁତ କରିବାକୁ ସାତ ଦିନ ସମୟ ଚାହିଁଥିଲେ । । ବାଚସ୍ପତି ପାତ୍ର କହିଥିଲେ ଯେ ନିମ୍ନମାନର ହେଲେ ସଂପୃକ୍ତ ଅଧିକାରୀଙ୍କୁ ସିଧାସଳଖ ଦାୟୀ କରାଯିବ । ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ନତମାନର କାମ ହେଲେ ଜିଲ୍ଲାର ସୁନାମ ହେବ ଓ ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ହେବ ବୋଲି କହିଥିଲେ ।
ବାଚସ୍ପତି, ମନ୍ତ୍ରୀ, ବିଧାୟ୍ୱାନେ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନା ନେଇ ଜିଲ୍ଲାପାଳଙ୍କୁ ପ୍ରଶଂସା କରି ଗଞ୍ଜାମ ଜିଲ୍ଲା ସମଗ୍ର ଭାରତରେ ସୁନାମ ଆଣିଛି ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ କୋଭିଡ୍ ସଚେତନତାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ ଯେ କରୋନା ଭୟାବହତା ସମୟରେ ମଧ୍ୟ ଜିଲ୍ଲାରେ ମନରେଗାରେ ୧ କୋଟି ୧୮ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । କରୋନାରେ ମୁକାବିଲାରେ ସମସ୍ତ ଜନ ପ୍ରତନିଧି ସହଯୋଗ କରିଥିବାରୁ ଜିଲ୍ଲାରୁ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଛି । ଆଜି ଦିନରେ ୧୮ ପଜିଟିଭ୍ ଥିବା କହିିଥିଲେ । ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିନେ୍ଦ ଦତ୍ତାତ୍ରେୟ ଭାଉ ସାହେବ ଧନ୍ୟବାଦ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀକ୍ଷଣ ଯନ୍ତ୍ରୀ ରାମକୃଷ୍ଣ ମହାରଣା, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons