ପ୍ରଧାନମନ୍ତ୍ରୀ ପରଦାରେ ଦେଖିଲେ ଐତିହାସିକ ସଫଳତାର ଦୃଶ୍ୟ

Get real time updates directly on you device, subscribe now.

ଶ୍ରୀହରିକୋଟ: ଆଜିର ଉତକ୍ଷେପଣ ପରେ ଇସ୍ରୋ ବୈଜ୍ଞାନିକ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନିଜ କାର‌୍ୟାଳୟରୁ ଏହାର ଉତ୍‌କ୍ଷେପଣ ଟିଭିରେ ଦେଖୁଥିବା ବେଳେ ସେ ମଧ୍ୟ ଖୁସିରେ ଉତ୍‌ଫୁଲ୍ଲିତ ହୋଇଥିଲେ।
ଠିକ୍‌ ୨ଟା ୪୩ରେ ଚନ୍ଦ୍ର ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ । ସାରା ଦେଶର ନଜର ରହିଥିଲା ଟିଭି ପରଦା ଉପରେ। ପ୍ରାରମ୍ଭିକ ସଫଳତା ମିଳିଛି ପୃଥିବୀ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରଯାନ । ଗୋଟିଏ ପଟେ ବୈଜ୍ଞାନିକମାନେ ପରସ୍ପରକୁ ବଧେଇ ଜଣାଉଥିଲେ ଆଉ ଦେଶବାସୀ ମଧ୍ୟ କୁରୁଳି ଉଠିଥିଲେ।ସାରା ବିଶ୍ବରୁ ଇସ୍ରୋ ବୈଜ୍ଞାନକଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ , ପ୍ରତିରକ୍ଷାମନ୍ତ୍ରୀ ତଥା ବିଭିନ୍ନ ମହଲରୁ ଚନ୍ଦ୍ରଯାନ ମିଶନ ସଫଳତାକୁ ନେଇ ଟ୍ବିଟ୍‌ ମାଧ୍ୟମରେ ଅଭିନନ୍ଦନ କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଟ୍ବିଟ୍‌ ପେଜ୍ ରେ ଲେଖିଛନ୍ତି ଏହା ଆମ ଦେଶ ପାଇଁ ଐତିହାସିକ ସଫଳତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଥ୍‌ ବ୍ଲକ୍ ଅଫିସରେ ଛିଡା ହୋଇ ଟିଭି ପରଦାରେ ଦେଖୁଥିଲେ ମିଶନର ପ୍ରତିଟି ସେକେଣ୍ଡ ଅପଡେଟ୍‌। ଆଉ ପ୍ରଥମ ପର‌୍ୟ୍ୟାୟ ସଫଳ ହେବା ପରେ ସେ ଖୁସିରେ ଉଛୁଳି ପଡ଼ିଥିଲେ।
ମୋଦି ଟ୍ବିଟ କରିଛନ୍ତି ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସେହିପରି ବଲିଉଡ୍‌ ସୁପର ଷ୍ଟାର ଶାହରୁଖ ଖାନ ଲେଖିଛନ୍ତି ଚାନ୍ଦ ତାରେ ତୋଡ୍‌ ଲାଓଟ୍ଟ.ସାରେ ଦୁନିଆ ପର୍‌ ମେ ଚାହୁଁ ଟ୍ଟ.
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତରମଣ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ର ଗ୍ୟାଲେରିରେ ଥିବା ସଦଗୁରୁ ଇସ୍ରୋ ବୈଜ୍ଞାନକଙ୍କ ପ୍ରତିଭାର ପ୍ରଶଂସାରେ ଅଭିଭୁତ ହୋଇଥିଲେ। ଏବେ ନଜର କେବେ ଚନ୍ଦ୍ରରେ ଚନ୍ଦଯାନ ଅବତରଣ କରିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons