ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଶଂସା କରିବା ପରେ ଦାମ ରଖିଲେ ଏମିତି ପ୍ରତିକ୍ରିୟା

Get real time updates directly on you device, subscribe now.

ଭୁବନେଶ୍ବର : ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପୁରୁଣା ଦାବି ପୁଣି ଦୋହରାଇଲେ ଦାମୋଦର ରାଉତ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଓଡିଶା ସରକାର ଏବଂ ବିଜୁ ଜନତା ଦଳକୁ ଭୂୟସି ପ୍ରଶଂସା କରିଛନ୍ତି । ଦଳର ଶୃଙ୍ଖଳା ଓ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଉଦାହର ଭାବେ ନେବାକୁ ଇନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଯେହେତୁ ବର୍ତ୍ତମାନ ବିଜେପି-ବିଜେଡି ମଧ୍ୟରେ ସୁସମ୍ପର୍କ ରହିଛି ତେଣୁ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଓଡିଶା ଦାବି କରିବା ଉଚିତ୍ ବୋଲି ଦାମ କହିଛନ୍ତି । ସେ କହିଛନ୍ତି ଯେ, ଭାରତ ସରକାର ଭାରତ ରତ୍ନ ପ୍ରଦାନ କରିଥିବା ବହୁ ମହାନ ଜନନେତା ଓ ରାଜନେତାଙ୍କ ଅପେକ୍ଷା ବିଜୁ ପଟ୍ଟନାୟକ ଦେଶ ଲାଗି ଥିଲେ ଅଧିକ ଉତ୍ସଗ୍ରୀକୃତ । ଇଣ୍ଡୋନେସିଆ ସରକାର ମଧ୍ୟ ବିଜୁ ବାବୁଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା ।
ବିଜୁବାବୁଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରିବା ବିଜୁ ବାବୁଙ୍କ ପ୍ରତି ସର୍ବ ଶ୍ରେଷ୍ଠ ମରଣୋତ୍ତର ସମ୍ମାନ ହେବ ବୋଲି ଦାମ କହିଛନ୍ତି । ତେଣୁ ଦଳ ମତ ନିର୍ବିଶେଷରେ ଓଡିଶାର ସାଂସଦମାନେ ଲୋକସଭା ଏବଂ ରାଜ୍ୟସଭାରେ ଏହି ଦାବି ଉପସ୍ଥାପନ କରିବା କଥା । ଚଳିତବର୍ଷ ବିଧାନସଭାରେ ମଧ୍ୟ ସମସ୍ତ ବିଧାୟକ ଏହି ଦାବି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ୍ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ଅବ୍ୟହିତ ପୂର୍ବରୁ ଡାକ୍ତର ରାଉତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ନିର୍ବାଚନ ବେଳେ ଡାକ୍ତର ରାଉତ ବିଜେପିରେ ଯୋଗ ଦେଇଥିଲେ । ତେବେ କିଛିଦିନ ତଳେ ବିଜେପି ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରି ସେ ବିଜେପି ଛାଡିଥିଲେ । ଡାକ୍ତର ରାଉତଙ୍କ ପୁଅ ସମ୍ବିତ ରାଉତ ପାରାଦୀପରୁ ବିଜେଡି ବିଧାୟକ ଅଛନ୍ତି । ବିଜେପି ଛାଡିବାପରେ ଡାକ୍ତର ରାଉତ ପୁଣି ଦଳକୁ ଫେରିବା ଲାଗି ଉଦ୍ୟମ କରିୁଥିବା ଚର୍ଚ୍ଚା ହେଉଛି । ତେବେ ଆଜି ସମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ବିଜେଡି ତାଙ୍କୁ ବହିଷ୍କାର କରିଛି । ତେଣୁ ସେ ବିଜେଡିକୁ ଆଉ ଫେରିବାର ପ୍ରଶ୍ନ ଉଠୁ ନାହିଁ ।
ଦାମଙ୍କ ଏଭଳି ବିବୃତ୍ତିକୁ ରାଜନୈତିକ ସମୀକ୍ଷକ କିନ୍ତୁ ଭିନ୍ନ ଦୃଷ୍ଟିରୁ ଦେଖୁଛନ୍ତି । ଲୁଚିଚି ନା ଗୋଡ ଦି ଟା ଦିଶୁଛି ନ୍ୟାୟରେ ଦାମ ଯେତେ ମନା କଲେ ମଧ୍ୟ ସେ ବିଜେଡିକୁ ଫେରିବାକୁ ବ୍ୟଗ୍ର ଏକଥା ଜଳ ଜଳ ହୋଇ ଦିଶୁଛି ବୋଲି ଆଲୋଚନା ହେଉଛି ।
ଅନ୍ୟପଟେ ଦାମ କହିଛନ୍ତି ଯେ, ଡଙ୍କାରୀ ପାହାଡ ହରିଲୁଟ୍ ଖଣି ଦୁର୍ନୀତିର ଜ୍ବଳନ୍ତ ଉଦାହରଣ । ୨୦୧୭ ମସିହାରୁ ଏଥିରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ବି ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ । ଡିଜିପି ବଦଳିବା ପ୍ରସଙ୍ଗରେ ଦାମ କହିଛନ୍ତି ଯେ, ଯଦି ଅଭିଯୋଗ ଅଛି ତାହେଲେ ଡିଜିପି ବଦଳିବାରେ ଅସୁବିଧା କେଉଁଠି । ଏହା ଏକ ପ୍ରଶାସନିକ ପଦକ୍ଷେପ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons