ପ୍ରଫୁଲ୍ଲ କରଙ୍କୁ ସିକନ୍ଦର ଆଲାମ୍ ସ୍ମୃତି ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଦ୍ୱିତୀୟ ସିକନ୍ଦର ଆଲାମ୍ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି । ଆଜି ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ କରଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ଶ୍ରୀ କରଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ତାଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱର୍ଗତ ଆଲାମ୍ଙ୍କ ଝିଅ ତଥା ସିକନ୍ଦର ଆଲାମ୍ ଫାଉଣ୍ଡେସନ୍ର ସଚିବ ନାଜିଆ ସୟିଦ୍ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଗତବର୍ଷ ପ୍ରଥମ ସିକନ୍ଦର ଆଲାମ୍ ସ୍ମୃତି ପୁରସ୍କାର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସ୍ୱର୍ଗତ ଆଲାମ୍ଙ୍କ ପତ୍ନୀ, ଝିଅ ସୋଫିଆ ଆଲାମ୍ ଓ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ତଥା ଫାଉଣ୍ଡେସନ୍ର ଉପଦେଷ୍ଟା ଲେନିନ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons