ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ପାଇଁ ଆମକୁ ବିଶ୍ୱ ମାନଦଣ୍ଡରେ ଚିନ୍ତା କରିବାକୁ ପଡ଼ିବ । ଛୋଟ ଛୋଟ କଥାକୁ ଭୁଲି ବଡ଼ ଲକ୍ଷ୍ୟ, ବଡ଼ ସ୍ୱପ୍ନ ନେଇ କାମ କଲେ ତାହା ହେବ ବିଜୁବାବୁଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁବାବୁ କେବଳ ଜଣେ ମହାନ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଚିନ୍ତାଧାରା । ତାଙ୍କ ଦେଶଭକ୍ତି, ଜାତିପ୍ରୀତି, ସାହସ ଓ ସେବାର ତୁଳନା ନାହିଁ । ଓଡ଼ିଶାକୁ ପ୍ରତି କ୍ଷେତ୍ରରେ ଶ୍ରେÂ ରାଜ୍ୟ କରିବା ଥିଲା ବିଜୁବାବୁଙ୍କର ଏକମାତ୍ର ଲକ୍ଷ୍ୟ । ସେ କ୍ଷମତାରେ ବେଶୀ ଦିନ ନଥିଲେ ମଧ୍ୟ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛନ୍ତି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଆଣିପାରିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉ ବା ବିପର୍ଯ୍ୟୟ ପରିଚାଳନା, ପୁଞ୍ଜିନିବେଶ ବା ଭିତ୍ତିଭୂମି ବିକାଶ ସବୁକ୍ଷେତ୍ରରେ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସାମାଜିକ ନିରାପତ୍ତା, କ୍ରୀଡ଼ା ଆଦି ପ୍ରତି କ୍ଷେତ୍ରରେ ଆମ ରାଜ୍ୟ ସ୍ୱତନ୍ତ୍ର ସ୍ଥାନ ପାଇଛି । ମହାମାରୀ କୋଭିଡ୍ ନିୟନ୍ତ୍ରଣରେ ଓଡ଼ିଶାର ସଫଳତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସ୍ୱୀକୃତି ଦେଇଛି । ଟୀକାକରଣରେ ମଧ୍ୟ ଭଲ କାମ କରିବାକୁ ହେବ । ଏଥିସହ ଆମର ୫‘ଟି’ ଓ ‘ମୋ ସରକାର’ ଏକ ବଳିÂ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରଘୁନନ୍ଦନ ଦାସ, ଉ+ଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସମ୍ପାଦକ ଡ. ଲେନିନ ମହାନ୍ତି ସମ୍ମାନିତ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ବିଭାଗୀୟ ନିଦେ୍ର୍ଧଶକ(ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଦେଇଥିଲେ । ପୂର୍ବାହ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ଜୟଦେବ ଭବନ ପରିସରରେ ବିଜୁବାବୁଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ସହକାରୀ ନିଦେ୍ର୍ଧଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons